Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ମୋ ପଛରେ ED ଲଗାଇଲେ ଜାରି କରିଦେବି CD: ଏକନାଥ ଖଡସେ

23/10/2020 at 9:40 PM

ମୁମ୍ବାଇ ୨୩।୧୦: ବିଜେପିରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ର ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ ଶୁକ୍ରବାର ଏନସିପିରେ ଯୋଗଦେଇଛନ୍ତି। ତେବେ ତାଙ୍କର ଏଭଳି କୌଣସି ଗତିବିଧି ଲାଗି କେନ୍ଦ୍ର ସରକାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଧମକ ଦେଇଥିବା ଖଡସେ କହିଛନ୍ତି। ଯଦି ତାଙ୍କ ବିରୋଧରେ ଇଡିଙ୍କୁ ଲଗାଯାଏ ତେବେ କେନ୍ଦ୍ର ସରକାରଙ୍କ ସିଡି ଜାରି କରିଦେବେ ବୋଲି ସେ କହିଛନ୍ତି। ଯାହା ଏବେ ଦେଶର ରାଜନୀତିକୁ ନୂଆ ଖୋରାକ୍ ଯୋଗାଇଛି।

ଏକନାଥ ଖଡସେଙ୍କ ସହ ତାଙ୍କ ଝିଅ ତଥା ଜଲଗାଓଁ ଜିଲ୍ଲା ବ୍ୟାଙ୍କ  ଅଧ୍ୟକ୍ଷ ରୋହିଣୀ ଖଡସେ ମଧ୍ୟ ବିଜେପି ଛାଡି ଏନସିପିରେ ଯୋଗଦେଇଛନ୍ତି। ଏନସିପି ପ୍ରଦେଶ କାର୍ଯ୍ୟାଳୟରେ ଏଥିଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ପ୍ରଦେଶ ସଭାପତି ଜୟନ୍ତ ପାଟିଲ ଖଡସେ ଓ ତାଙ୍କ ଝିଅଙ୍କୁ ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିଥିଲେ।

ଦଳରେ ଖଡସେଙ୍କ  ସାମିଲ ଲାଗି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନସିପିର ଅନେକ ବଡ ନେତା ଓ ଉତ୍ତର ମହାରାଷ୍ଟ୍ରର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରେ ବିଜେପି ଲାଗି ସେ ଯେତିକି ପରିଶ୍ରମ କରିଥିଲେ ଏବେ ଏନସିପି ଲାଗି ତା ଠୁ ଅଧିକ ପରିଶ୍ରମ କରିବା ସହ ଦଳକୁ ମଜଭୁତ କରିବା ଲାଗି ଏକନିଷ୍ଠ ଉଦ୍ୟମ କରିବେ ବୋଲି କହିଛନ୍ତି ଏକନାଥ ଖଡସେ।  

   Related Posts