Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଟ୍ରିପଲ୍ ମର୍ଡର: ଗୋଟିଏ ମଶାଣିରେ ଜଲିଲା ୩ ଜଣଙ୍କ ଜୁଇ, ହତ୍ୟାକାରୀଙ୍କ ପାଇଁ କେସ୍‌ ନ ଲଢ଼ିବାକୁ ବାର୍‌ ଆସସୋସିଏସନ୍‌କୁ ଅନୁରୋଧ ମୃତ ଗିରିଧାରୀଙ୍କ ପୁଅ

22/10/2020 at 6:21 PM

କୁଚିଣ୍ଡା୨୨/୧୦: ଜମିବାଡି ଚାଲିଗଲା ୩ ଜଣଙ୍କ ଜୀବନ। ଧାରୁଆ ଅସ୍ତ୍ରରେ ଝିଅ, ଜ୍ବାଇଁ ଏବଂ ମାଆଙ୍କୁ ହାଣି ହତ୍ୟା କଲା ପଡୋଶୀ। ଶେଷରେ ଗାଁ ମଶାଣୀରେ ଜଳିଲା ତିନିଜଣଙ୍କ ମୃତଦେହ। ସ୍ଥାନୀୟ ଅଞ୍ଚଳ​‌ରେ ଖେଳିଗଲା ଶୋକର ଛାୟା। ଅଭିଯୁକ୍ତ ବାପ-ପୁଅଙ୍କ ପାଇଁ କେସ୍ ନ ଲଢ଼ିବାକୁ କୁଚିଣ୍ଡା ବାର୍‌ ଆସସୋସିଏସନ୍‌କୁ ଅନୁରୋଧ କଲେ ମୃତ ଗିରିଧାରୀଙ୍କ ପୁଅ ସଚିନ୍।

 ମିଳିଥିବା ସୂଚନା ମୁତାବକ ଏହି  ଗ୍ରାମ ଦୁଇ ପଡୋଶୀ ପିରବାତୀ ବେହେରା ଓ ନବୀନ ଦେହୁରୀଙ୍କ ପରିବାର ମଧ୍ୟରେ ବହୁ ଦିନରୁ ଝଗଡା ଲାଗି ଆସୁଥିଲା । ଗତକାଲି ଅପରାହ୍ନରେ ଧାନ କାଟିବାକୁ ପିରବତୀ  ତାଙ୍କ ଝିଅ ସାବିତ୍ରୀ ଓ ଜ୍ୱାଇଁ ଗିରିଧାରୀ ବାହାରି ଥିବାବେଳେ ଗିରିଧାରୀ ଆଗ ବିଲକୁ ଚାଲି ଯାଇଥିଲେ l ପିରବତୀ ଓ ତାଙ୍କ ଝିଅ ସାବିତ୍ରୀ ଘରୁ ବାହାରି ଯିବା ବେଳେ ନବୀନ ଓ ତାଙ୍କ ପୁଅ ହେମାନନ୍ଦ ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ l ଏଥି ସହ ଜ୍ୱାଇଁ ଗିରିଧାରୀଙ୍କୁ ବିଲରେ ଯାଇ ହତ୍ୟା କରିଥିଲେ l

ଗାଁ ଦାଣ୍ଡ ରକ୍ତ ରଂଜିତ ହୋଇ ଯାଇଥିବା ବେଳେ ମହୁଲପାଲି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି  ହତ୍ୟାକାରୀଙ୍କୁ ଗିରଫ କରିଥିଲା l ପିରବତୀଙ୍କ ଘରେ ଥିବା ଦୁଇ ଛୁଆ ଓ ଅସହାୟ ବୃଦ୍ଧାଙ୍କ ଥଇଥାନ  ଓ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ଏଥି ସହ ମୃତ ଗିରିଧାରୀଙ୍କ ପୁଅ ସଚିନ ହତ୍ୟାକାରୀଙ୍କ ମାମଲା କୌଣସି ଓକିଲ ନ ଲଢ଼ିବାକୁ କୁଚିଣ୍ଡା  ଓକିଲ ସଂଘ କୁ ଅନୁରୋଧ କରିଛନ୍ତି l ଲଫଡା ଗାଁ ମଶାଣୀରେ ତିନି ମୃତକଙ୍କ ଜୁଇ ଜାଳି ଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି l

   Related Posts