ଶିବରାତ୍ରୀ ପୁର୍ବରୁ ଝଲସିବ ଏକାମ୍ର କ୍ଷେତ୍ର: ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

Published By : Prameya-News7 Bureau | December 07, 2020 IST

ଭୁବନେଶ୍ୱର ୦୭/୧୨ : ଆସନ୍ତା ଶିବ ରାତ୍ରୀ ପୁର୍ବରୁ ଝଲସିବ ଏକାମ୍ର କ୍ଷେତ୍ର। ଡିସେମ୍ବର ୨ତାରିଖରେ ମୁଖ୍ୟମନ୍ତ୍ରୀ  ଏକାମ୍ର କ୍ଷେତ୍ର ପରିଦର୍ଶନ  କରିବା ପରେ ଆଜି ୫-ଟି  ସଚିବ ଭି.କେ ପାଣ୍ଡିୟାନ୍ ଏକାମ୍ର କ୍ଷେତ୍ର ବୁଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ  ପରେ ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫-ଟି ସଚିବ,ପୂର୍ତ୍ତ ସଚ୍ଚିବ ଓ ବିଏମସି କମିଶନର

{"id":374119,"sizeSlug":"large"}

ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ  ଲିଙ୍ଗରାଜ କ୍ଷେତ୍ର ପରିଦର୍ଶନ ସହ ପ୍ରକଳ୍ପ ସମୀକ୍ଷା କରିଥିଲେ । ସୋମବାର  ସକାଳେ  ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ତଦାରଖ କରିଛନ୍ତି । ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ ହୋଇଥିବା  ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟବସାୟୀଙ୍କ ଥଇଥାନ ନେଇ ଆଲୋଚନା କରିଥିଲେ । ଏହାସହ ପର୍ଯ୍ୟଟକଙ୍କ ସୁବିଧା , ସାଧାରଣ  ଭକ୍ତ, ଓ ସ୍ଥାନୀୟ ବାସିନ୍ଦାଙ୍କ  ଯିବା ଆସିବା ଲାଗି ବିକକ୍ପ ରାସ୍ତା  ବ୍ୟବସ୍ଥା, ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ  ବ୍ୟବସ୍ଥା ନେଇ  ମଧ୍ୟ  ୫-ଟି ସଚିବ ତଦାରଖ କରିଛନ୍ତି 

{"id":374121,"sizeSlug":"large"}

ଆସନ୍ତା ଶିବରାତ୍ରି ସୁଦ୍ଧା ଏକାମ୍ର କ୍ଷେତ୍ରକୁ  ନୂଆ ରୂପ ଦେବ । ଏନେଇ ଯୁଦ୍ଧକାଳୀନ ଭିତିରେ କାମ ଆଗେଇ ଚାଲିଛି । ପୂର୍ତ୍ତ ବିଭାଗ, ବିଏମସି ସହ ସମନ୍ବୟ ରଖି ସଠିକ ଢଙ୍ଗରେ ପ୍ରକଳ୍ପର କାମ ଚାଲିଛି । ଏୗତିହ ପୁଷ୍କରିଣୀ ବିନ୍ଦୁ ସାଗରର ସୌନ୍ଦର୍ଯ୍ୟକରଣ ଓ ପୁନରୁର୍ଦ୍ଧାର ,ବିନ୍ଦୁସାଗର କୁଳ, କୁଶ ଶାରୀ ମନ୍ଦିର ଅଞ୍ଚଳର ସୗନ୍ଦର୍ଯ୍ୟକରଣ  କାମ  ଆଗେଇ ଚାଲିଛି ।

{"id":374122,"sizeSlug":"large"}

ଲିଙ୍ଗରାଜ କ୍ଷେତ୍ରର ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କେ ପାଣ୍ଡିୟାନ, ପୂର୍ତ୍ତବିଭାଗ ସଚିବ କିଷନ୍‌ କୁମାର, ବିଏମ୍‌ସି କମିସନର୍ ପ୍ରେମ୍‌ ଚନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.