ଅପରାଜିତାଙ୍କୁ ସାଂଗରେ ଧରି ପ୍ରଚାର ମଇଦାନକୁ ଓହ୍ଲାଇଲେ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ, ବିଦ୍ରୋହୀ କରିପାରନ୍ତି ଅସୁବିଧା

Published By : Prameya-News7 Bureau | March 25, 2019 IST

ଭୁବନେଶ୍ବର୨୫|୩: ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି। ଭୁବନେଶ୍ବର ଏକାମ୍ର  ବିଜେପି ବିଧାୟକ ଆଶାୟୀ ଅମିୟ ଦାସଙ୍କ ଟିକେଟ କଟିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି  ଶଙ୍ଖ ଛାଡି ପଦ୍ମ ଟିକେଟ ହାତେଇ ଥିବା ଯୁବ​‌ ନେତା ବାବୁ ସିଂ।ଟିକେଟ କଟିବା ପରେ ଲାଗି ରହିଥିବା ଛକାପଞ୍ଝା ପରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥି ବାବୁ ସିଂ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

{"id":96751}

ହାତ​‌ରେ ପୁସିଙ୍ଗ କାର୍ଡ। ସାହିରୁ ସାହି ଓ୍ବାର୍ଡରୁ ଓ୍ବାର୍ଡ ବୁଲି ଚାଲିଛି ଭୋଟ ଭିକ୍ଷା। ନିର୍ବାଚନ ଯେତିକି ପାଖେଇ ଅାସୁଛି ନେତାଙ୍କ ନିର୍ବାଚନୀ ପ୍ରଚାର ସେତିକି ଉଷ୍ମ ହେବାରେ ଲାଗିଛି। ଏକାମ୍ର ବିଜେପି ଛକାପଞ୍ଝରା ପରେ ଆଜି ପ୍ରଚାର ମଇଦାନକୁ  ଓହ୍ଲାଇଲେ ବିଜେପି ଏକାମ୍ର ପ୍ରାର୍ଥୀ ବାବୁ ସିଂ। ଏକାମ୍ର ବିଜେପି  ବିଧାୟକ ଆଶାୟୀ ଅମିୟ ଦାସଙ୍କ ଟିକେଟ କଟିବା ପରେ ୩୬ଘଣ୍ଟା ଧରି ତାଲା ପକାଇଥିଲେ  ଅମିୟଙ୍କ ସମର୍ଥକ। ଏକାମ୍ର ନିର୍ବାଚନ ମଣ୍ଡଳୀର ସୁନ୍ଦରପଦା, କପିଳେଶ୍ବର ମନ୍ଦିର ଅଞ୍ଚଳରେ ପ୍ରଚାର କରିଛନ୍ତି ବାବୁ ସିଂ। ଭୁବନେଶ୍ବର ସାଂସଦ ପ୍ରାର୍ଥୀନୀ ଅପରାଜିତାଙ୍କୁ ସାଙ୍ଗରେ ଧରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। 

{"id":96752}

ଘରକୁ ଘର ବୁଲି ପ୍ରଚାର କରିବା ସହ ଶାସକ ଦଳକୁ ଟାର୍ଗେଟ କରିଛନ୍ତି।  ପୁରୁଣା ଭୁବନେଶ୍ବର ଅଞ୍ଚଳର ପାଣି ସମସ୍ୟା, ରାସ୍ତା, ସ୍ବାସ୍ଥ୍ୟ, ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥାକୁ ମୁଦ୍ଦା କରିଛି। ସେପଟେ ପରୁଣା ଭୂବନେଶ୍ବର ଆରାଧ୍ୟ ଠାକୁର କପଳିନାଥ ଯାଇ ନିର୍ବାଚନ ବୌତରଣୀ ପାର ହେବା​‌ ପାଇଁ ପୁଜାର୍ଚ୍ଚନା କରିଛନ୍ତି।

{"id":96755}

କପିଳେଶ୍ବର ମନ୍ଦିରକୁ ରାସ୍ତା, ପାନୀୟ ଜଳ ର ବ୍ୟବସ୍ଥା, ସିଟି ବସ ଚଳାଚଳ କରିବାକୁ ଦାବି କରିଛନ୍ତି। ଏଥର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ହାସଲ କରିବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥିୀନୀ ଅପରାଜିତା  ଷଢଙ୍ଗୀ।

{"id":96753}

ସେପଟେ ଏକାମ୍ର  ନିର୍ବାଚନ ମଣ୍ଠଳୀ​‌ରେ ସର୍ବାଙ୍ଗୀନ ଉନ୍ନତି କରିଥିବା କଥା ଉଠାଇଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା। କପିଳେଶ୍ବର ମନ୍ଦିର ଉନ୍ନତି, ପୁର୍ତ୍ତ ଓ ଜୂଳ ସମ୍ପଦ ବିଭାଗ ଦ୍ବାରା ନୁତନ ରାସ୍ତରା ନିର୍ମାଣ, କପିଳେଶ୍ବର ମନ୍ଦିରକୁ ରାଜ୍ୟ ସଂରକ୍ଷଣ କିର୍ତ୍ତୀ ମାନ୍ୟତା, ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଯାଇଛି। ଏହା  ସହ ଲାଇଟ ବ୍ୟବସ୍ଥା, ଡ୍ରେନ ପୋଖରୀ ଉନ୍ନତୀ କରଣ କରାଯାଇ୍‌ଥିବା କହିଛନ୍ତି ସ୍ଥାନୀୟ ବିଧାୟକ ​‌ଅଶୋକ ପଣ୍ଡା। ସେପଟେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାକକୁ ନିବେଦନ କରିଛି ଏକାମ୍ର ଜନ ଜାଗରଣ ମଞ୍ଚ।

{"id":96754}

ଏକାମ୍ର ନିର୍ବାଚନ ମଣ୍ଡଳୀ​‌ରେ ବିଜେପି ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ଖୁବ ଶିଘ୍ର ପ୍ରଚାର ଅଭିଯାନରେ ଅମିୟ ଦାସ ସାମିଲ ହେବେ । ତେବେ ଏକାମ୍ର ନିର୍ବାଚନରେ ବିଜେପି ବିଜେପି ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାରୁ ବିରୋଧି ବିଜେଡି ଓ କଂଗ୍ରେସ ଫାଇଦା ଉଠାଉଛନ୍ତି ତା ଉପରେ ରହିଛି ଏକାମ୍ର ଭୋଟରଙ୍କ ନଜର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.