Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସ୍ବାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ: ଜାତିଆଣ ମନୋଭାବ ଯୋଗୁଁ ଅଲୋଡ଼ା ହୋଇ ପଡିଲା ରହିଲା ମୃତଦେହ, ଶବସତ୍କାର କଲେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ୍‌ର କର୍ମକର୍ତ୍ତା

20/10/2020 at 5:15 PM

ବଲାଙ୍ଗୀର୨୦/୧୦: ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ। ପୁଣି ପିଲାଛୁଆ କେହି ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଜାତିଆଣ ମନୋଭାବ ଯୋଗୁଁ ମୃତଦେହକୁ ଶବ ସତ୍କାର କରିବାକୁ କେହି ଆସିଲେନି। ଶେଷରେ ଅଲୋଡ଼ା ହୋଇ ପଡି ରହିଥିବା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହକୁ ଶବ ସତ୍କାର କଲେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ୍‌ର କର୍ମକର୍ତ୍ତା। ଏପରି କି ପରିବାର ବନ୍ଧୁ ସମ୍ପର୍କୀୟ କେହି ବି ଆସିଲେନିl ନିଜ ଜନ୍ମ କଲା ପିଲାଛୁଆ ନଥିବାରୁ ନିଜ ବଡ ଭାଇର ଝିଅକୁ ଲାଳନ ପାଳନ କରି ବଡ କଲେ l ହେଲେ ଜୀବନର ଶେଷ ସମୟରେ ସେ ବି କରି ଦେଲା ପରl

ଗତକାଲି ବଲାଙ୍ଗୀର ଟାଉନ୍ ଥାନା ଶାନ୍ତି ପଡା ଚନ୍ଦ୍ରଶେଖର ନଗରର ଏକ ପରିତ୍ୟକ୍ତ ସରକାରୀ ଘରୁ ସନ୍ଦେହଜନକ ଭାବେ ବୃଦ୍ଧ ସ୍ବାମୀ- ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଦୀର୍ଘ ଦିନରୁ ଅସୁସ୍ଥ ଥିବା ବୃଦ୍ଧଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିଲା ପୋଲିସ l ମୃତ ସ୍ବାମୀ- ସ୍ତ୍ରୀ ହେଲେ କୁଡ଼ସିଂଗା ଗାଁର ବୃନ୍ଦାବନ ସାହୁ, ତାଙ୍କ ବୟସ ୮୨ ବର୍ଷ,  ଓ ନିରାଶ ସାହୁ, ତାଙ୍କ ବୟସ ୮୦ ବର୍ଷ।

କୌଣସି ସନ୍ତାନ ନଥିବାରୁ ପରିବାର ଲୋକେ ପଚାରୁ ନଥିବାରୁ ବଲାଙ୍ଗୀର ରାଜସ୍ବ ବିଭାଗର ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ ବୃଦ୍ଧ ଦମ୍ପତି l ହେଲେ ଗତ କାଲି ଜଣେ ପଡୋଶୀ କିଛି ଖାଇବା ନେଇ ଯିବାବେଳକୁ ବୃଦ୍ଧ ବୃନ୍ଦାବନ ଚଟାଣରେ ପଡ଼ିଥିବା ବେଳେ ସ୍ତ୍ରୀ ନିରାଶ ବେକରେ ରସି ଲଗାଇ ଝରକାରେ ଝୁଲି ପଡ଼ିଥିବା ଦେଖିଲେ l ଏନେଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମ୍ପତିଙ୍କ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭୀମ ଭୋଇ ମେଡିକାଲକୁ ପଠାଇଥିଲା l

   Related Posts