Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଡକ୍ଟର ଦିବସରେ EJV ଫାଉଣ୍ଡେସନ୍‌ ତରଫରୁ ୨୦ ଜଣ ଡାକ୍ତର ସମ୍ମାନିତ

1/07/2021 at 11:00 PM

ଭୁବନେଶ୍ୱର, ୦୧/୦୭: ଆଜି ଡକ୍ଟର ଦିବସ ଅବସରରେ EJV ଫାଉଣ୍ଡେସନ୍‌ ତରଫରୁ ୨୦ ଜଣ ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି। ଯାହାଙ୍କୁ ଆମେ ଦ୍ୱିତୀୟ ଭଗବାନ ବୋଲି ମାନି ଥାଉ, ଯେଉଁ ମାନେ ବିପରୀତ ପରିସ୍ଥିତିରେ ନିଜ ଜୀବନକୁ ବାଜିରେ ଲଗାଇ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି, ସେହି ମହାନ ବ୍ୟକ୍ତିତ୍ଵଙ୍କୁ ସମ୍ମାନ ଦେବାର ଦିନଟିଏ ଆଜି। 

ଜୁଲାଇ ୧ ଡାକ୍ତର ଦିବସରେ ପ୍ରତ୍ୟେକ ବର୍ଷ ejv ତରଫରୁ ଡାକ୍ତର ମାନଙ୍କୁ ସମ୍ମାନିତ କରାଯାଇଥାଏ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେହିପରି ସମ୍ମାନିତ କରାଯାଇଛି, କୋଭିଡ୍‌କୁ ଦୃଷ୍ଟିରେ ରଖି ଜନ ଗହଳି ନକରି, ସମସ୍ତ ଡାକ୍ତର ମାନଙ୍କ ପାଖକୁ ଯାଇ ସମ୍ମାନର ସହିତ ତାଙ୍କ କାର୍ଯ୍ୟ ପାଇଁ ଉତ୍ସାହିତ କରି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ । ସେମାନଙ୍କ ସହିତ କିଛି ସମୟ ଭାବ ଆଦାନପ୍ରଦାନ କରି ଏହି ମହାନ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତକାର୍ଯ୍ୟ ସମାପନ କରାଯାଇଛି । ଏହା ଦ୍ବାରା ଡାକ୍ତର ମାନେ ଖୁସି ହେବା ସହ ସଂଗଠନକୁ ଏହିଭଳି ମହତ୍ କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଥିଲେ । ଏହି ଅବସରରେ ଡ. ବବିତା ରମାନି, ଡ଼,ଶିବ କୁମାର ଲାଠ, ଡ଼ କେ କେ ପଟେଲ, ଡ଼ ସବିତା ପଟେଲ, ଡ଼ ରୋହିତ ପଟେଲ, ଡ଼ ପ୍ରକାଶ ରଣା, ଡ଼: ଜିଆ ଉଲ୍ ହକ, ଡ଼ ପ୍ରଶାନ୍ତ ପଣ୍ଡା, ଡ଼ ଡଲୀ ଲାଠ, ଡ଼ ଅନ୍ନପୂର୍ଣ୍ଣା ଦାସ, ଡ଼ ଅରୁଣ କୁମାର ଦାସ,ପ୍ରତାପ ଦାସ,ହରି ଶଙ୍କର ଦେହୁରୀ, ଡ଼ ଆଶିଷ ପଟେଲ, ରାମଗୋପାଲ ଅଗ୍ରୱାଲ, ଡ଼ ଦେବସ୍ଲୋକ ଶର୍ମା, ଦ୍ଵିବେନ୍ଧୁ ସାହୁ, ଡ଼ ତପନ ଘଡେ଼ଇ, ଆଦି ଡାକ୍ତର ମାନଙ୍କୁ ଡାକ୍ତର ଦିବସ ଅବସରରେ ସମ୍ମାନିତ କରାଯାଇଛି ।

ଏହି ମହାନ କାର୍ଯ୍ୟରେ ସଂଗଠନର କର୍ମକର୍ତ୍ତା Kanheyalal Goenka, lovely singh, ରେଣୁ ତିୱାରୀ,ମାନସୀ ପଣ୍ଡା,ପବିତ୍ର ସ୍ୱାଇଁ,ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ,ଆଶିଷ ତିୱାରୀ ଆଦି ସଦସ୍ୟ ମାନେ ସାମିଲ ହୋଇ କାର୍ଯ୍ୟ ସମ୍ପାଦନ କରିଥିଲେ ।

   Related Posts