'ଦେଶ ଏବଂ ପରିବାର ପାଇଁ ଆନନ୍ଦର ମୁହୂର୍ତ୍ତ' : ୧୦ ଓ୍ୱିକେଟ୍ ହାସଲ ପରେ ଏମିତି କିଛି କହିଲେ ଏଜାଜ...

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଲୀ, ୦୫/୧୨ :  ଇତିହାସ ରଚିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର ଏଜାଜ ପଟେଲ । ସେ ମୁମ୍ବାଇ ଟେଷ୍ଟର ଗୋଟିଏ ଇନିଂସରେ ସବୁ ଭାରତୀୟ ବ୍ୟାଟରଙ୍କୁ ଆଉଟ୍ କରିଛନ୍ତି । ସେ ପ୍ରଥମ ବୋଲର ଯିଏ କି ବିଦେଶ ମାଟିରେ ୧୦ ଓ୍ୱିକେଟ୍ ହାସଲ କରିଛନ୍ତି ।

ଏହି ଐତିହାସିକ ମୁକାବିଲାକୁ ନେଇ ସେ କହିଛନ୍ତି ଯେ, ଏହା ଏକ ସ୍ମରଣୀୟ ମୁହୂର୍ତ୍ତ । ତାଙ୍କ ଜୀବନରେ ସବୁଠାରୁ ଭଲ ଦିନ ଆଉ କିଛି ହୋଇନପାରେ । ତେବେ ପ୍ରଥମ ଇନିଂସରେ ସେମାନେ ଭଲ ଖେଳିପାରିଲେ ନାହିଁ । ଦଳ ଖରାପ ସ୍ଥିତିରେ ରହିଛି । ତୃତୀୟ ଦିନରେ ସେମାନଙ୍କୁ ଭଲ ଖେଳିବାକୁ ହେବ । ମ୍ୟାଚର ଗତିପଥ ବଦଳାଇବାକୁ ସେମାନେ ପ୍ରୟାସ କରିବେ । କିଛି ଭିନ୍ନ କରିବାକୁ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ଓ୍ୱିକେଟ ନେବା ତାଙ୍କ ପାଇଁ, ଦେଶ ପାଇଁ, ପରିବାର ଓ ପତ୍ନୀଙ୍କ ପାଇଁ ଆନନ୍ଦର ମୁହୂର୍ତ୍ତ । ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ । ସଫଳତା ପରେ ଅନୀଲ କୁମ୍ବଲେ ଟ୍ୱିଟ୍ କରିଥିଲେ । ସେ ମଧ୍ୟ ବହୁତ ତର କୁମ୍ବଲେଙ୍କ ୧୦ ଓ୍ୱିକେଟର ହାଇଲାଇଟ୍ ଦେଖିଛନ୍ତି । କୁମ୍ବଲେଙ୍କ ସହ ଉପଲବ୍ଧି ଯୋଡି ହୋଇଥିବାରୁ ଗର୍ବର କଥା ବୋଲି ସେ କହିଛନ୍ତି ।

wp:html /wp:html

ଏବେ ମୁମ୍ବାଇ ଟେଷ୍ଟ ଭାରତ କବଜାରେ ରହିଛି । ଭାରତ ପ୍ରଥମ ଇନିଂସରେ ୩୨୫ ରନ୍ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ମାତ୍ର ୬୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ଏବେ ଦ୍ୱିତୀୟ ଇନିଂସ ପାଇଁ ବ୍ୟାଟିଂ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.