Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଇନଷ୍ଟାଇନଙ୍କ ହାତଲେଖା ଚିଠିକୁ ୧.୨ ମିଲିୟନ ଡଲାରରେ କିଣିଲେ ଜଣେ ପ୍ରଶଂସକ, ସେହି ଅନନ୍ୟ ଚିଠିରେ ମହାନ ବୈଜ୍ଞାନିକ ଲେଖିଥିଲେ E=mc2 ସମୀକରଣର ସୂତ୍ର

22/05/2021 at 2:34 PM

ନୂଆଦିଲ୍ଲୀ,୨୨/୦୫:  ନିଲାମ ହେଲା ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ହାତ ଲେଖା ଚିଠି । ଏହି ଚିଠି ନିଲାମ ହେବା ପରେ ଚର୍ଚ୍ଚାର ବିଷୟ ପାଲଟଛି । କାରଣ ହେଉଛି ଏହାର ଦାମ୍ ଓ ବିଶେଷତା । ଏହା ପ୍ରାୟ ୧.୨ ମିଲିୟନ ଡଲାରରେ ନିଲାମ ହୋଇଛି । ସବୁଠାରୁ ଖାସ୍ କଥା ଏହା ଯେ ଚିଠିରେ ଆଇନଷ୍ଟାଇନ୍ ପ୍ରସିଦ୍ଧ ସୂତ୍ର e= mc2 ବାବଦରେ ଲେଖିଥିଲେ ।

ଆଇନଷ୍ଟାଇନଙ୍କ ଏହି ଫର୍ମୁଲା ବା ସୂତ୍ର ବହୁତ ପ୍ରସିଦ୍ଧ ଅଟେ । ସେ ଆବିଷ୍କାର କରିଥିବା ୪ଟି ସୂତ୍ର ମଧ୍ୟରୁ ଏହା ଅନ୍ୟତମ । ଏହି ଫର୍ମୁଲା ମାତ୍ର ୪ଟି ଚିଠିରେ ଲେଖାଯାଇଥିଲା । ଏହି କାରଣରୁ ଏହାର ଦୁର୍ଲଭ ଓ ଚିଠିର ଦାମ୍ ମଧ୍ୟ ବଢିଯାଇଥିଲା । ନିଲାମ ହୋଇଥିବା ଆଇନଷ୍ଟାଇନଙ୍କ ଏହି ଚିଠି ୧୯୪୬ ଅକ୍ଟୋବର ୨୬ରେ ଲେଖାଯାଇଥିଲା । ବୋଷ୍ଟନର ଆର-ଆର ଅକ୍ସନ ଏହାର ନିଲାମ ଡାକିଥିଲା ।

ଏହି ଚିଠି ଜରିଆରେ ଆଲବର୍ଟ ଆଇନଷ୍ଟାଇନ୍ ପୋଲାଣ୍ଡ-ଆମେରିକୀୟ ଭୌତିକ ବିଜ୍ଞାନୀ ଲଡଓ୍ୱିକ୍ ସିବରଷ୍ଟେନଙ୍କୁ ଜବାବ ଦେଇଥିଲେ । ଏହା ଆଇନଷ୍ଟାଇନଙ୍କ ବ୍ୟକ୍ତିଗତ ଚିଠି ଅଟେ । ଏହାକୁ ସେ ପ୍ରିନ୍ସଟନ୍ ୟୁନିଭର୍ସିଟିର ଲେଟର ହେଡରେ ଲେଖିଥିଲେ । ଚିଠି ସହ ଏକ ଟୋକେନ ଓ ଏଆରଟିଏମବିଆଇଏନ ଦ୍ୱାରା ସଂଚାଳିତ ୫ଡି ବାୟୋମେଟ୍ରିକ ଆର୍ଟ ପାସପୋର୍ଟ ରହିଥିଲା । ଏହାଦ୍ୱାରା ଏହି ଚିଠି ଅସଲି ବୋଲି ଜଣାପଡିଥିଲା । ନିଲାମ କରୁଥିବା ସଂସ୍ଥା ମଧ୍ୟ ଏନେଇ ସମସ୍ତ ସୂଚନା ପ୍ରଦାନ କରିଥିଲା  ।

e=mc2 କଣ

ଇ ମାନେ ହେଉଛି ଏନର୍ଜି । ଯାହା କୌଣସି ବସ୍ତୁରେ ରହିଛି । ଅର୍ଥାତ ଏହା ପରମାଣୁରୁ ନେଇ ବ୍ରହ୍ମାଣ୍ଡର ଯେକୌଣସି ପ୍ରାନ୍ତରେ ରହିଥାଏ । ଏମ ମାନେ ହେଉଛି ମାସ୍ ବା ଓଜନ । ସି ଅର୍ଥାତ ଆଲୋକର ଗତି । ଯାହା ସେକେଣ୍ଡ ପିଛା ୧୮୬,୦୦୦ ମାଇଲ୍ ।

   Related Posts