Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସମାପ୍ତ ହେବ କି ଲଦାଖ ଗତିରୋଧ ? ଭାରତ ଏବଂ ଚୀନ ମଧ୍ୟରେ ଅଷ୍ଟମ ଥର କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ

6/11/2020 at 5:05 PM

ନୂଆଦିଲ୍ଲୀ ୦୬/୧୧ : ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନର ନାଁ ନେଉନାହିଁ । ଶୁକ୍ରବାର ପୂର୍ବ ଲଦାଖର ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ମଧ୍ୟରେ ଅଷ୍ଟମ ଥର ପାଇଁ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ପୂର୍ବ ଲଦାଖରେ ନିୟନ୍ତ୍ରଣ ରେଖାରେ ଭାରତ ପାର୍ଶ୍ଵରେ ସ୍ଥିତ ଚୁସୁଲରେ ସକାଳ ପ୍ରାୟ ୯ଟା ୩୦ରୁ ଆରମ୍ଭ ହୋଇଛି। । ପୂର୍ବ ଲଦାଖରେ ଚୀନ ସୈନ୍ୟଙ୍କ ଅନାଧିକାର ପ୍ରବେଶକୁ ଜୋରଦାର ବିରୋଧ କରିଛି ଭାରତ ।

ବିଗତ କିଛି ଦିନ ଧରି ଭାରତର ଶୀର୍ଷସ୍ତରୀୟ ଅଧିକାରୀ ମାନେ ଗୋଟିଏ ପରେ ଗୋଟିଏ ବୈଠକ କରି ଚୀନ ସେନା ଉପରେ ଚାପ ପକାଇ ପଛକୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ଅକ୍ଟୋବର ୧୨ରେ ଭାରତ ଏବଂ ଚୀନ ମଧ୍ୟରେ କୋର କମାଣ୍ଡରସ୍ତରୀୟ ବୈଠକ ବସିଥିଲା, ଯେଉଁଥିରେ ପାଙ୍ଗଙ୍ଗ୍  ହିଲର ଦକ୍ଷିଣ ପଟର କିଛି ଉଚ୍ଚ ସ୍ଥାନରୁ ସୈନ୍ୟ ହଟାଇବା ପାଇଁ ଭାରତ ଉପରେ ଚାପ ପକାଇଥିଲା ଚୀନ । କିନ୍ତୁ ଏହାକୁ ଭାରତ ପ୍ରତ୍ୟାଖ୍ୟାନ କରିବା ସହ ଉଭୟ ପକ୍ଷରୁ ଏକାସଙ୍ଗେ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଥିଲା ।

ପୂର୍ବ ଲଦାଖର ବିଭିନ୍ନ ପାହାଡିଆ ଅଞ୍ଚଳରେ ପାଖାପାଖି ୫୦ ହଜାର ଭାରତୀୟ ସେନା ଶୂନ ଡିଗ୍ରୀରୁ କମ ତାପମାତ୍ରାରେ ମଧ୍ୟ ସଶସ୍ତ୍ର ସଜାଗ ଅଛନ୍ତି । ତେବେ ଉଭୟ ପକ୍ଷରୁ ବାରମ୍ବାର ବୈଠକ ପରେ ମଧ୍ୟ କୌଣସି ଆଶାନୁରୂପ ଫଳାଫଳ ମିଳିପାରୁନାହିଁ । ଗତ ମେ ମାସରୁ ଏଭଳି ସ୍ଥିତି ଜାରି ରହିଛି । ତେବେ ଗତ ସପ୍ତାହରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ୨ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ସଂପୂର୍ଣ୍ଣତା ଏବଂ ନିଷ୍ଠାପରତା ଭାବେ ଉଭୟ ଦେଶ ମାନିବା ଦରକାର । ପ୍ରଥମରୁ ଭାରତ ସ୍ପଷ୍ଟ କରିସାରିଛି ଯେ ସେହି ସବୁ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଦାୟିତ୍ବ ଚୀନର ଏବଂ ଶାନ୍ତି ବଜାୟ ରଖିବାକୁ ଭାରତ ପ୍ରତିଶୃତିବଦ୍ଧ।

   Related Posts