Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୯ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା : ନାଳରେ ମିଳିଲା ଶବ

9/06/2019 at 12:05 PM

ଭୋପାଳ ୯/୬: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର କମଳା ନଗର ଅଞ୍ଚଳରେ ରବିବାର ସକାଳେ ୯ବର୍ଷର ନାବାଳିକାର ଗଳିତ ମୃତଦେହ ନାଳରୁ ଉଦ୍ଧାର ହୋଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ କରି ତଣ୍ଟି ଚିପି ହତ୍ୟା କରାଯାଇଥିବାର ଜଣା ପଡ଼ିଛି। ନାବାଳିକା ଜଣକ ଗତକାଲି ରାତି ୮ଟାବେଳେ ଘରୁ ନିଖୋଜ ହୋଇଥିଲେ। ନାବାଳିକାକୁ ଖୋଜିବାରେ ଦାୟିତ୍ବହୀନତା ପାଇଁ ଜଣେ ପୋଲିସକର୍ମୀଙ୍କୁ ସସପେଣ୍ଡ କରି ଦିଆଯାଇଛି।

ମଣ୍ଡଓ୍ବା ବସ୍ତି ନିକଟରେ ରହୁଥିବା ନାବାଳିକା ରାତି ପାଖାପାଖି ୮ଟାବେଳେ ଘର ପାଖ ଦୋକାନରେ ଜିନିଷ ଆଣିବାକୁ ଯାଇଥିଲେ। ନାବାଳିକା ଜଣକ ଦୀର୍ଘ ସମୟ ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। ଦୀର୍ଘ ସମୟ ଯାଏଁ ଖୋଜାଖୋଜି କରି ନମିଳିବାରୁ ପରିବାର ଲୋକେ ଥାନାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ୍ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। କିନ୍ତୁ ପରେ ସେ ଅଞ୍ଚଳର ମୁଖ୍ୟ ପୋଲିସକୁ ଫୋନ୍ କରି ନାବାଳିକାକୁ ତୁରନ୍ତ ଖୋଜାଖୋଜି କରିବାକୁ କହିଥିଲେ। ପୋଲିସ୍ ନାବାଳିକାଙ୍କ ଘରକୁ ଆସି ଚାଲି ଯାଇଥିଲେ। ଏହି ଘଟଣାର ସୂଚନା ମିଳିବା ପରେ ସାଂସଦ ପ୍ରଜ୍ଞା ଠାକୁର ପୀଡ଼ିତାଙ୍କ ପରିବାରକୁ ସାନ୍ତ୍ବନା ଦେବା ପାଇଁ ତାଙ୍କ ଘରକୁ ପହଞ୍ଚିଥିଲେ।

   Related Posts