Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ଆଜି ଆସୁଛି ୮ଟି ସ୍ୱତନ୍ତ୍ର ଟ୍ରେନ୍, ପହଞ୍ଚିବେ ୧୨ ହଜାରରୁ ଅଧିକ ପ୍ରବାସୀ

2/06/2020 at 9:22 AM

ଭୁବନେଶ୍ୱର ୦୨।୦୬: ଆଜି ଓଡିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍। ଗତକାଲି ଓଡ଼ିଶାରେ ପହଞ୍ଚିଛି ୨ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ । ଅନ୍ୟ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଆଜି ଏହି ଟ୍ରେନ୍‌ ଗୁଡ଼ିକ ରାଜ୍ୟରେ ପହଞ୍ଚିବ ।

ପୂର୍ବତଟ ରେଳପଥ ସୂଚନା ଅନୁସାରେ, ଗତକାଲି ଗୋଟିଏ ଟ୍ରେନ୍‌ ତାମିଲନାଡୁରୁ ବାଲେଶ୍ୱର ଆସିଥିବା ବେଳେ ଅନ୍ୟ ଏକ ଟ୍ରେନ୍‌ ଗୁଜୁରାଟରୁ ବାଲେଶ୍ୱରକୁ ଆସିଛି । ଏଥିରେ ପ୍ରାୟ ୩ ହଜାର ଶ୍ରମିକ ଆସିଛନ୍ତି । ସେହିପରି ସୋମବାର ବିଭିନ୍ନ ରାଜ୍ୟରୁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଏହି ଟ୍ରେନ୍‌ ମଧ୍ୟରୁ ଦୁଇଟି କେରଳରୁ ଖୋର୍ଦ୍ଧା ରୋଡ୍‌ ଆସିବ । ବେଙ୍ଗାଲୁରୁରୁ ବାଲେଶ୍ୱର, ତାମିଲନାଡୁରୁ ବାଲେଶ୍ୱର, ହରିୟାଣାରୁ ବାଲେଶ୍ୱର, ତେଲେଙ୍ଗାନାରୁ ବଲାଙ୍ଗୀର, ତେଲେଙ୍ଗାନାରୁ ନୂଆପଡ଼ା ଓ ତେଲେଙ୍ଗାନାରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ଗୋଟିଏ ଲେଖାଏଁ ଟ୍ରେନ୍‌ ଆଜି ପହଞ୍ଚିବ । ଏଥିରେ ପାଖାପାଖି ୧୨ ହଜାର ଶ୍ରମିକ ଆସୁଛନ୍ତି । ବର୍ତ୍ତମାନ ମେ ୩୧ ସୁଦ୍ଧା ପୂର୍ବତଟ ରେଳପଥ ପକ୍ଷରୁ ୧୭୮ ଟ୍ରେନ୍‌ ଯାତାୟାତ କରିଛି ।

   Related Posts