Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ପୁଣି ୮ଯୋଦ୍ଧା କରୋନା ସଂକ୍ରମିତ, କ୍ୟାପିଟାଲ୍‌ ଥାନା ସିଲ୍‌

2/08/2020 at 9:29 AM

ଭୁବନେଶ୍ୱର ୦୨।୦୮: ଅଣାୟତ୍ତ ହେଲାଣି କରୋନା । ଭୁବନେଶ୍ୱର କ୍ୟାପିଟାଲ୍‌ ଥାନାରେ ପୁଣି ୮ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଥାନାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଛି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା । ଗତ ୩୦ ତାରିଖରେ ୬ ଜଣ ଥାନା କର୍ମଚାରୀଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା । ଶନିବାର ଆଉ ୮ ଜଣଙ୍କ ନମୁନା ପଜିଟିଭ୍‌ ଥିବା ବିଏମ୍‌ସି ସ୍ପଷ୍ଟ କରିଛି ।  

ଆଜି ଆଉ କିଛି କର୍ମଚାରୀଙ୍କ କରୋନା ରିପୋର୍ଟ ଆସିବ । ଯଦି ଆହୁରି କର୍ମଚାରୀ କରୋନା ଆକ୍ରାନ୍ତ ଥିବେ ତେବେ ଥାନାକୁ ସିଲ୍‌ କରାଯିବ । ସେପଟେ ସପ୍ତମ ବାଟାଲିୟନରେ ୧୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଓ ଆରଓରୁ ୫ ଜଣ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । କରୋନା ଆରମ୍ଭ ସମୟରେ କମିଶନରେଟ୍‌ ପୁଲିସ୍‌ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲା । ଉକ୍ତ ଚିଠିରେ ଉଲ୍ଲେଖ ରହିଥିଲା, ପୁଲିସ୍‌ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ କରାଯାଉ । ହେଲେ ସରକାର କିଛି ନିଷ୍ପତ୍ତି ନେଇ ନଥିଲେ । ଏବେ ଏହାରି ଉପରେ କମିଶନରେଟ୍‌ ଓ ପୁଲିସ୍‌ ଗୃହ ବିଭାଗ ଆଲୋଚନା ଚାଲିଛି ।

   Related Posts