Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଆଇପିଏଲ ୨୦୨୧ ପୂର୍ବରୁ ଟିମ୍ ଇଣ୍ଡିଆର ୮ଜଣ ଖେଳାଳୀଙ୍କୁ ଦିଆଗଲା ବିଶ୍ରାମ

1/03/2021 at 4:53 PM

ନୂଆଦିଲ୍ଲୀ ୦୧/୦୩ : ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (IPL)ର ୨୦୨୧ ସଂସ୍କରଣ ଆସନ୍ତା ଏପ୍ରିଲ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବାନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି ବିସିସିଆଇ । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧିଷ୍ଟ ଭାବେ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ତାର ଟପ୍‌ ୧୦ ଖେଳାଳୀମାନଙ୍କ ମଧ୍ୟରୁ ୮ଜଣଙ୍କୁ ବିଶ୍ରାମ ଦେଇଛି । ଯେଉଁମାନେକି ୨୦୨୦ ଆଇପିଏଲ ପରେ ବାୟୋ ବବଲ୍‌ରେ ରହୁଛନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ୨୦୨୦ରେ ହେବାକୁ ଥିବା ଆଇପିଏଲ, ବିଳମ୍ବରେ ଅର୍ଥାତ ଡିସେମ୍ବର ୧୯ରୁ ୟୁଏଇରେ ଖେଳାଯାଇଥିଲା । ତେବେ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଋଷଭ ପନ୍ତଙ୍କୁ ଛାଡି ଅନ୍ୟ ୮ ଜଣ ଖେଳାଳୀଙ୍କୁ ଆଇପିଏଲ ଆରମ୍ଭ ପୂର୍ବରୁ ବିଶ୍ରାମ ମିଳିବ । ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ୪ ର୍ଥ ଟେଷ୍ଟରୁ ବାଦ ପଡିଛନ୍ତି ।

ରୋହିତ ଶର୍ମାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ଆରାମ ଦିଆଯାଇପାରେ । ସୂତ୍ରାନୁସାରେ ଓ୍ବାଶିଂଟନ୍‌ ସୁନ୍ଦର, ଋଷଭ ପନ୍ତ ଏବଂ ରୋହିତ ଶର୍ମାଙ୍କୁ ପୁଣେରେ ୨୩,୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ମଧ୍ୟ ଆରାମ ଦିଆଯାଇପାରେ । ଜୁନ୍‌ ମାସରେ ଭାରତ ବିଶ୍ବ ଟେଷ୍ଟ୍ ଚାମ୍ପିୟନ୍‌ସିପ୍‌ ଫାଇନାଲ ମ୍ୟାଚ୍ ଖେଳିପାରେ । ଏହା ପରେ ଟି-ଟ୍ବେଣ୍ଟି ବିଶ୍ବକପ୍‌ ଆରମ୍ଭ ହୋଇଯିବ । ତେଣୁ ଖେଳାଳୀମାନଙ୍କୁ ଉପଯୁକ୍ତ ବିଶ୍ରାମ ମଧ୍ୟ ଦରକାର ।

   Related Posts