Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧ ଅଟକ, ପଡୋଶୀ ଦେଶର ଗୁପ୍ତଚରଙ୍କୁ କରୁଥିଲେ ସହଯୋଗ !

14/09/2021 at 1:49 PM

ବାଲେଶ୍ୱର ୧୪।୦୯: ଚାନ୍ଦିପୁର ଘାଟିରୁ ୮ ସନ୍ଦିଗ୍ଧ ଅଟକ । ପଡୋଶୀ ଦେଶର ଗୁପ୍ତଚରଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସୂଚନା ଦେଉଥିବା ଅଭିଯୋଗରେ ଅଟକ ରଖିଛି ପୋଲିସ । ସମସ୍ତ ଅଟକ ବ୍ୟକ୍ତି ଏକ ଠିକା ସଂସ୍ଥାରେ କାମ କରୁଛନ୍ତି । ଅଟକ ଥିବା ୮ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ପୋଲିସ ।

ଖବର ଅନୁଯାୟୀ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏକ ଠିକା ସଂସ୍ଥାରେ କିଛି ଯୁବକ କାମ କରନ୍ତି । ତେବେ ଏହି ଯୁବକମାନେ ପଡୋଶୀ ଦେଶର ଗୁପ୍ତଚରଙ୍କ ସଂପର୍କରେ ରହିଥିଲେ । ଏପିରିକି ପ୍ରତିରକ୍ଷା ବିଭାଗର କିଛି ଗୁପ୍ତ ତଥ୍ୟକୁ ପଡୋଶୀ ଦେଶର ଗୁପ୍ତଚରଙ୍କୁ  ଯୋଗାଉଥିବା ଅଭିଯୋଗରେ ୮ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ସମସ୍ତ ୮ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ୮ ସନ୍ଦିଗ୍ଧଙ୍କ ବିଷୟରେ ବିଶେଷ କିଛି ତଥ୍ୟ ହାସଲ ହୋଇନାହିଁ ।

   Related Posts