ପୁରୀର ଏକ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍‌, ପୋଲିସ ଚଢାଉରେ ବଙ୍ଗୀୟ ଯୁବତୀ ସହ ୮ଅଟକ

Published By : Prameya-News7 Bureau | November 07, 2020 IST

ପୁରୀ ୦୭।୧୧: ପୁରୀରେ ପୁଣି ସେକ୍ସ ରାକେଟ୍‌ ଠାବ ହୋଇଛି । କିଛି ଦିନ ଅନ୍ତରରେ ବଳିଆପଣ୍ଡା ଥାନା ପୁଲିସ ହାତରେ ଲାଗିଛି ସେକ୍ସ ରାକେଟ୍‌ ଆଉ ଏକ ଲିଙ୍କ୍‌। ଏକ ହୋଟେଲ୍‌ରେ ଚଢ଼ଉ କରି ବଳିଆପଣ୍ଡା ଥାନା ପୋଲିସ ୮ଜଣଙ୍କୁ ଉଠାଇ ଆଣିଛି । ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ଏକାଧିକ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି । ଏନେଇ ପୋଲିସ ସେମାନଙ୍କୁ ପଚରା ଉଚରା କରୁଥିବା ସହ ଘଟଣାର ଛାନ୍‌ଭିନ୍‌ ମଧ୍ୟ କରୁଛି ।

ଖବର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ହୋଟେଲର ୩ଟି କୋଠରିରେ ପୋଲିସ ଚଢଉ କରିଥିଲା । ଗୋଟିଏ କୋଠରିରେ ୪ ଜଣ ଯୁବତୀ ଥିବା ବେଳେ ଅନ୍ୟ ଦୁଇ କୋଠରିରେ ୨ ହଳ ଯୁବକ ଓ ଯୁବତୀ ଥିଲେ। ହଳେ ଯୁବକ ଓ ଯୁବତୀ ଭବିଷ୍ୟତରେ ବିବାହ କରିବେ ବୋଲି ପୁଲିସକୁ କହିଛନ୍ତି । ହେଲେ ଅନ୍ୟ ହଳ ପୋଲିସକୁ କିଛି ଉତ୍ତର ଦେଇନପାରି ମୁହଁ ତଳକୁ ପୋତୁଥିବା ଜଣାପଡିଛି। ତେଣୁ ଏମାନେ କେଉଁଠାରୁ ଓ କେବେଠାରୁ ଏଠାରେ ଏଭଳି କାର୍ଯ୍ୟ କରୁଛନ୍ତି ତାହା ନେଇ ପୁଲିସ ଛାନ୍‌ଭିନ୍‌ କରୁଛି।

ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ପୁଲିସ ଅଧିକ ତଥ୍ୟ ଦେଇ ନାହିଁ । ସହରରେ ଏବେ ଦେହ ବେପାର ସୀମା ଟପିଛି। ବଡ଼ଦାଣ୍ଡ ଓ ବେଳାଭୂମି ଅଞ୍ଚଳରେ ଏହି କାରବାର ଖୁଲମ୍‌ଖୁଲା ଚାଲିଥିବାବେଳେ ପୁଲିସ ଏଥିରେ ରୋକ୍‌ ଲଗାଇବାରେ ବିଫଳ ହୋଇଛି । ଗତ ସେପ୍ଟେମ୍ବର ମାସ ୧୪ ତାରିଖ ରାତିରେ ସେହି ବଳିଆପଣ୍ଡା ଥାନା ପୋଲିସ କ୍ରିଷ୍ଣା ସି ସାଇଟ୍‌ ଆପାର୍ଟମେଣ୍ଟରେ ଚଢଉ କରି ୩ ଜଣଙ୍କୁ ଗ୍ରାହକଙ୍କୁ ଗିରଫ କରି ୨ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.