Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ଟ୍ରକ୍ ମଝିରେ ଚାପି ହୋଇଗଲା କାର, ଚାଲିଗଲା ୮ ଜୀବନ, ଅଳ୍ପକେ ବର୍ତ୍ତିଲା କଅଁଳ ଶିଶୁ

22/10/2021 at 12:57 PM

ହରିୟାଣା ୨୨/୧୦: ହରିୟାଣାର ବାହାଦୂରଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ୮ ଜୀବନ । ବାଦଲି-ଗୁରୁଗ୍ରାମ ରାସ୍ତା ଫାରୁଖନଗରରେ ଭୋର ୪ଟା ଘଟିଥିଲା ଏହି ଦୁର୍ଘଟଣା ।

ସୂଚନାଥାଉକି ଗୋଟିଏ କାର ଓଭରଟେକ୍‌ କରୁଥିବାବେଳେ ଆଗରେ ଓ ପଛରେ ଆସୁଥିବା ଟ୍ରକ୍ ମଝିରେ ଚାପି ହୋଇଯାଇଥିଲା । ଫଳରେ କାରରେ ଥିବା ନଅ ଜଣଙ୍କ ମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ସୌଭାଗ୍ୟବଶତଃ ଗୋଟିଏ ନୀରିହ ଝିଅର ଜୀବନ ବଞ୍ଚିଯାଇଛି । ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ତିନିଜଣ ମହିଳା ଏବଂ ଜଣେ ଶିଶୁ ଥିଲେ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଅନୁପ ନଙ୍ଗଲା ଗାଁର ବାସିନ୍ଦା ।

ଯେଉଁମାନେ ରାଜସ୍ଥାନର ଗୋଗା ମେଡି ଦର୍ଶନ କରି ଘରକୁ ଫେରୁଥିଲେ । ଦୁର୍ଘଟଣାର ପରିସ୍ଥିତି ଏମିିତି ହୋଇଥିଲା ଯେ, ପୋଲିସଙ୍କୁ ଦୀର୍ଘ ସମୟ ଲାଗିଥିଲା ମୃତଦେହକୁ ବାହାର କରିବାକୁ । ଉଦ୍ଧାର ହୋଇଥିବା ଶିଶୁର ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ୨ଟି ଟ୍ରକ୍ ଓ କାର ଜବତ କରି ଘଟମାରେ ଅଧିକ ତଦନ୍ତ କରୁଛି ।

   Related Posts