ବାଣ ତିଆରି କାରଖାନାରେ ବିସ୍ଫୋରଣ : ୩ ମହିଳାଙ୍କ ସମେତ ୮ ମୃତ, ୧୧ ଆହତ

Published By : Prameya-News7 Bureau | March 21, 2020 IST

ଚେନ୍ନାଇ ୨୧।୩: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ପୋଲିସର ସୂଚନା ଅନୁସାରେ, ସତ୍ତୁର ନିକଟ ସିପିପରାଇ ସ୍ଥିତ କାରଖାନାରେ ୩୦ ଜଣ କର୍ମଚାରୀ କାମ କରୁଥିଲେ । ଶ୍ରମିକମାନେ ବାଣ ତିଆରି ପାଇଁ ରାସାୟନିକ ପଦାର୍ଥର ମିଶ୍ରଣ ପ୍ରସ୍ତୁତ କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ।

wp:html /wp:html

ପୋଲିସ କହିଛି ଯେ, କାରଖାନାରେ ବିସ୍ଫୋରଣ ବାଣ ପ୍ରସ୍ତୁତ ସେଡ୍ ତଳେ ଘଟି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯିବା ସହ ୩ଟି ଗୋଡାଉନ୍ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୩ ଜଣ କର୍ମଚାରୀ ଗୁରୁତର ଭାବେ ଜଳି ଯାଇଛନ୍ତି । ସେମାନଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.