Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲକ୍ ଡାଉନ୍ ରେ ଅଘଟଣ : ବିଦ୍ୟୁତ୍ ଟାଓ୍ବାର ଗାତ ଖୋଳୁଥିବା ବେଳେ ୩ ଯୁବକଙ୍କ ମୃତ୍ୟୁ, ସେପଟେ ଟ୍ରକ୍ ଧକ୍କାରେ ଗୋଟିଏ ପରିବାରର ୩ଜଣଙ୍କ ସମେତ ୫ ମୃତ

30/03/2020 at 12:24 PM

ଗୁରୁଗ୍ରାମ ୩୦।୩: ଲକ୍ ଡାଉନ୍ ବେଳେ ଗୁରୁଗ୍ରାମରେ ଘଟିଛି ଅଘଟଣ । ବାଦଶାହପୁର ଥାନା ଅଞ୍ଚଳରେ ଶକତପୁର ଗାଁରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ରୁଖାଲୁ ନିବାସୀ ୩ ଯୁବକଙ୍କର ବିଦ୍ୟୁତ ଟାୱାର ଗାତ ଖୋଳୁଥିବା ବେଳେ ମୃତ୍ୟୁ ହୋଇଛି । ଲକ୍ ଡାଉନ୍ ଯୋଗୁଁ ଗାୟବ ହୋଇଥିବା ପରିବାର ଲୋକ ସନ୍ଦେହ କରୁଥିଲେ । ରୁଖାଲୁ ଗାଁର ବାସିନ୍ଦା କୃଷକ ହରନନ୍ଦ ସିଂଙ୍କ ପୁଅ ପୁନିତ କୁମାର, ରାମକୁମାରଙ୍କ ପୁଅ ଧର୍ମ ସିଂ ଏବଂ ରାମ ସିଂଙ୍କ ପୁଅ ଗଜେନ୍ଦ୍ର ଗୁରୁଗ୍ରାମରେ ଟାୱାର ନିର୍ମାଣ କାର୍ଯ୍ୟରେ କାମ କରୁଥିଲେ । ମାର୍ଚ୍ଚ ୨୪ ରେ ସେମାନେ ଘରୁ ଗୁରୁଗ୍ରାମକୁ ଯାଇଥିଲେ । ମାର୍ଚ୍ଚ ୨୫ ପରଠାରୁ ଲକ୍ ଡାଉନ୍ ଯୋଗୁଁ ପରିବାରଲୋକଙ୍କର ସେମାନଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ।

ପୋଲିସ ଷ୍ଟେସନର ଇନ୍ସପେକ୍ଟର କହିଛନ୍ତି ଯେ, ତିନି ଜଣ ଯୁବକ ଟାଓ୍ବାରର ଗର୍ତ୍ତରେ ଫସିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ସେପଟେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । କେଏମପିଏରେ ବିଳମ୍ବିତ ରାତିରେ ଭିଡରେ ଠିଆ ହୋଇଥିବା ଲୋକମାନଙ୍କୁ ଭାରସାମ୍ୟ ହରାଇ ଏକ ଟ୍ରକ୍ ଧକ୍କା ଦେଇତିଲା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଟ୍ରକ୍ ଟିକୁ ଜବତ କରି ଡ୍ରାଇଭରକୁ ଗିରଫ କରିଛି । ଏମାନେ ସମସ୍ତେ ଲକ୍ ଡାଉନ୍ ଯୋଗୁଁ ଚାଲି ଚାଲି ନିଜ ଘରକୁ ଫେରୁଥିଲେ ।

ୟୁପି, ବିହାର ଏବଂ ରାଜସ୍ଥାନର ବହୁ ସଂଖ୍ୟକ ଲୋକ କରୋନା ଭାଇରସ୍ ଭୟ ହେତୁ ଗୁରୁଗ୍ରାମରୁ ପଳାୟନ କରୁଛନ୍ତି । ଅଧିକାଂଶ ଲୋକ ସେମାନଙ୍କର ଲଗେଜ୍ ନେଇ ସନ୍ଧ୍ୟାରେ ଏବଂ ରାତିସାରା ଚାଲୁଛନ୍ତି । ୧୫-୨୦ ପୁରୁଷ, ମହିଳା ଏବଂ ଶିଶୁମାନଙ୍କର ଏକ ଗୋଷ୍ଠୀ ଗୁରୁଗ୍ରାମ-ଜୟପୁର ଜାତୀୟ ରାଜପଥ ଏବଂ କେଏମପିଏ ନିକଟ ପଞ୍ଚଗାଓଁ ଛକ ନିକଟରେ ଥିଲେ । ଯେଉଁଠାରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା ।

   Related Posts