Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନା ସହ ଲଢ଼ିଲା,ମାତ୍ର ୮ମାସର ଶିଶୁ ଚିକିତ୍ସା ପାଇଁ ୪୦୦କିଲୋମିଟରର ଦୀର୍ଘଯାତ୍ରା ପରେ କିନ୍ତୁ ହାରିଗଲା

7/07/2020 at 5:00 PM

ଶିଲଂ ୭/୭: ଚିକିତ୍ସା ପାଇଁ ଅରୁଣାଚଳ ପ୍ରଦେଶରୁ ମେଘାଳୟ ଯାଏଁ ପାଖାପାଖି ୪୦୦କିଲୋମିଟର ଯାତ୍ରା କରିଥିବା ୮ମାସର ଶିଶୁ କରୋନା ଭାଇରସରେ ସଂକ୍ରମିତ ଥିବା ଜଣା ପଡ଼ିବାର କିଛି ଘଣ୍ଟା ମଧ୍ୟରେ ଆଖି ବୁଜି ଦେଇଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଶିଶୁର ବାପା-ମାଆ ତାକୁ ସଡ଼କ ମାର୍ଗରୁ ଶିଲଂ ନେଇ ଆସିଥିଲେ। ସେମାନେ ସୋମବାର ହସ୍ପିଟାଲକୁ ପହଞ୍ଚିଥିଲେ।

ଶିଶୁ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଅରୁଣାଚଳ ପ୍ରଦେଶର ତୋମୋ ରିବା ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ଆଣ୍ଡ ମେଡିକାଲ୍ ସାଇନ୍ସେସରୁ ମେଘାଳୟର ନର୍ଥ ଇଷ୍ଟର୍ଣ୍ଣ ଇନ୍ଦିରା ଗାନ୍ଧୀ ରିଜନଲ୍ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ମେଡିକାଲ୍ ସାଇନ୍ସେସ ପଠାଯାଇଥିଲା।

ମେଘାଳୟର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ,‘ସେମାନେ ହସ୍ପିଟାଲ୍ ପହଞ୍ଚିବା ପରେ ଶିଶୁର ନମୁନା ଯାଞ୍ଚ ପାଇଁ ନିଆ ଯାଇଥିଲା। ଯାଞ୍ଚ ରିପୋର୍ଟରେ ଶିଶୁ କରୋନା ଭାଇରସରେ ସଂକ୍ରମିତ ହେବାର ସ୍ପଷ୍ଟ ହୋଇଥିଲା। ସନ୍ଧ୍ୟାରେ ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁର ବାପା-ମାଆ ଏବଂ ଗାଡ଼ି ଚାଳକ କରୋନା ଭାଇରସରେ ସଂକ୍ରମିତ ହୋଇନଥିଲେ।

   Related Posts