ଲିବ୍ୟାରେ ମିଳିଲା ୮ ଗଣ କବର, ଜାତିସଂଘ ସଙ୍ଗଠନଙ୍କ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | June 12, 2020 IST

ତ୍ରିପୋଲି ୧୨।୬:  ଲିବ୍ୟା ଗୃହ ଯୁଦ୍ଧ କେତେ ଭୟଙ୍କର ଥିଲା ତାର ଚିତ୍ର ଏବେ ଧିରେ ଧିରେ ନଜରକୁ ଆସିବାରେ ଲାଗିଛି। ଜାତିସଂଘ ସହାୟତା ମିସନ (ୟୁଏନଏସ୍ଏମଆଇଏଲ)ଙ୍କ ଅନୁସାରେ ଲିବ୍ୟାରେ ଅନୁନ୍ୟ ୮ଟି ଗଣ କବର ଆବିଷ୍କୃତ ହୋଇଛି। ଏ ନେଇ ୟୁଏନଏସ୍ଏମଆଇଏଲ ଏକ ଟ୍ୱିଟ୍‌ କରିଥିବା ବେଳେ ଏଠାରେ ଉଗ୍ରବାଦର ଭୟଙ୍କର ଚେହେରା ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରିଛନ୍ତି।

{"id":285087,"sizeSlug":"large"}

ଗତ ସପ୍ତାହରେ ଲିବ୍ୟାରେ ଜାତି ସଂଘ ମାନ୍ୟତାପ୍ରାପ୍ତ ସରକାର (ଜିଏନଏ) ରାଜଧାନୀ ତ୍ରିପୋଲୀର ଦକ୍ଷିଣ-ପୂର୍ବ ଦିଗରେ ଥିବା ମୁଖ୍ୟ ସହର ତାରୁନା ଉପରେ ନିଜ ନିୟନ୍ତ୍ରଣ ଘୋଷଣା କରିଛନ୍ତି। ପୂର୍ବରୁ ଏହି ସହରଟି ଲିବ୍ୟା ଜାତୀୟ ସେନା ଅଧିକାରରେ ଥିଲା। ତେବେ ଜେନେରାଲ ଖଲିଫା ହଫ୍ତାରଙ୍କ ବିଦ୍ରୋହୀ ସେନା ହାତରୁ ସହର ଛଡାଇନେଥିଲେ। ହଫ୍ତାରଙ୍କ ବିଦ୍ରୋହୀଙ୍କ ଲାଗି ତାରୁନା ଗଡ ପାଲଟିଯାଇଥିଲା। ସେନା ବିରୋଧରେ ସଂଗ୍ରାମ ଲାଗି ଏଠାରେ ବିଦ୍ରୋହୀଙ୍କୁ ଅସ୍ତ୍ରଶସ୍ତ୍ର ସାଙ୍ଗକୁ  ସଂଘର୍ଷ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ସହାୟତା ମିଳୁଥିଲା। ତେବେ ସହର ଏବେ ସରକାରଙ୍କ ହାତକୁ ଆସିବା ପରେ ବିଦ୍ରୋହୀ ପଳାୟନ କରିଛନ୍ତି।

{"id":285088,"sizeSlug":"large"}

ୟୁଏନଏସ୍ଏମଆଇଏଲ କହିଛନ୍ତି ଯେ ଜିଏନଏ ଆଇନ ମନ୍ତ୍ରୀ  ଏହି ସବୁ କବର ତଦାରଖ ଲାଗି ଏକ କମିଟି ଗଠନ କରିବେ। କମିଟି କବର ତଦାରଖ କରି ମୃତକଙ୍କ ଚିହ୍ନଟ ସମେତ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ତ୍ରିପୋଲୀର ଦକ୍ଷିଣ-ପୂର୍ବ ୬୫ କିଲୋମିଟର ଦୂର ତାରୁନାରେ ଜାତୀୟ ସେନା ବୁଧବାର  ଏକ ସାମୂହିକ କବରସ୍ଥଳ ଦେଖିଥିଲେ। ଏ ନେଇ ସୂଚିତ କରିବା ପରେ ଅନ୍ତର୍ଜାତୀୟ ସମୂଦାୟ ସମ୍ପୂର୍ଣ୍ଣ ପ୍ରକରଣର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏତେ ସଂଖ୍ୟାରେ କବର ମିଳିବା ବାସ୍ତବିକ୍ ଉଦବେଗର ବିଷୟ ବୋଲି କହିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ଡେଭିଡ ଶେଙ୍କର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.