ଯମୁନା ଏକ୍ସପ୍ରେସ୍ ଓ୍ବେରେ ଟ୍ରକ୍‌କୁ ଧକ୍କା ଦେଲା ବସ୍ ; ୮ମୃତ, ୩୦ରୁ ଅଧିକ ଆହତ

Published By : Prameya-News7 Bureau | March 29, 2019 IST

ନୋଏଡା ୨୯|୩ :  ନୋଇଡା ଏକ୍ସପ୍ରେସ ଓ୍ବେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଶୁକ୍ରବାର ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି । ଉତ୍ତର ପ୍ରଦେଶର ଗ୍ରେଟର ନେଇଡା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଟ୍ରକ ଉପରକୁ ବସ୍ ମାଡିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

{"id":98011}

ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କର ସହାୟତରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.