ରାତି ଅଧିଆ "ସ୍ପା ବିୟୁଟି ସେଣ୍ଟର" ଉପରେ ଚଢ଼ାଉ, ଉଦ୍ଧାର ହେଲେ ୮ ଯୁବତୀ, ଗିରଫ ହେଲେ ୩

Published By : Prameya-News7 Bureau | August 02, 2019 IST

ମୁମ୍ବାଇ୨|୮: ଦିନକୁ ଦିନ ସେକ୍ସ ରାକେଟ କାରବାର ବଢ଼ିବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ ଗୋରେଗାଁର ଏକ "ସ୍ପା" ବିୟୁଟି ସେଣ୍ଟର ଉପ​‌ରେ ଚଢ଼ାଉ କରିଥିଲା। ଏହି "ସ୍ପା" ସେଣ୍ଟରୁରୁ ୮ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କରିଛି।

ପୋଲିସ କହିବାନୁସା​‌ରେ, ଏହି "ସ୍ପା"ରେ ଦେହ ବ୍ୟବସାୟ କରାଉଥିବା ନେଇ ତାଙ୍କୁ ସନ୍ଦେହ ହୋଇଥିଲା। ତେଣୁ ଗୁରୁବାର ରାତିରେ ଏହି"ସ୍ପା" ଉପରେ ଚଢ଼ାଉ କରିଥିଲେ। ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରେ "ସ୍ପା"ର ମାଲିକ ଓ ମ୍ୟାନେଜର ଅଛନ୍ତି। ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.