Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସୁଶାନ୍ତ ମୃତ୍ୟୁ ମାମଲା: ସଲମାନ ଓ କରଣ ଜୋହରଙ୍କ ସମେତ ୮ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦେଶ

18/09/2020 at 4:43 PM

ମୁଜାଫରପୁର ୧୮/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁଜାଫରପର ଜିଲ୍ଲା କୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି। ଆଦେଶ ଅନୁସାରେ ୮ଜଣ ସେଲିବ୍ରିଟି ଉକ୍ତ ଜିଲ୍ଲା କୋର୍ଟରେ ହାଜର ହେବେ। ସେମାନେ ନିଜେ ନଚେତ ଓକିଲଙ୍କ ମାଧ୍ୟମରେ ହାଜର ହୋଇପାରିବେ । ତେବେ ଏ ନେଇ ଅକ୍ଟେବାର ୭ ତାରିଖ ସ୍ଥିର ହୋଇଛି।

ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପଡ଼ା, ସାଜିଦ ନଦିଆଓ୍ବାଲା, ସଞ୍ଜୟ ଲୀଳା ଭଂସାଲୀ, ଏକତା କପୁର, ଭୂଷଣ କୁମାର ଓ ଦୀନେଶ ବିଜୟନ ଅକ୍ଟୋବର ୭ରେ କୋର୍ଟରେ ହାଜର ହେବେ। ଏହା ବାଦ୍ ଏ ସମସ୍ତଙ୍କୁ କୋର୍ଟ ନୋଟିସ୍ ମଧ୍ୟ ପଠାଯାଇଛି। ଏମାନଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଝା ଅଭିଯୋଗ ଆଣିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପରିବାରବାଦକୁ ଦର୍ଶାଇ ଏମାନଙ୍କୁ ଦୋଷୀ ବୋଲି ଦର୍ଶାଇ ଥିଲେ ସୁଧୀର।

ଇତିମଧ୍ୟରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ତଦନ୍ତରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ରିୟା, ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା, ଦୀପେଶ ସାଓ୍ବନ୍ତ ଓ ଅନ୍ୟ କେତେଙ୍କ ଘରେ ଚଢ଼ଉ କରି ଗିରଫ କରିସାରିଛି।

ଆଜି ଏ ମାମଲ​‌ରେ ଆଉ ଜଣେ ବଡ଼ ଡ୍ରଗ୍ ପେଡଲର ରାହିଲ ବିଶ୍ରାମଙ୍କୁ ଗିରଫ କରିଛି ଏନସିବି। ଏନସିବିକୁ ପ୍ରାୟ ୧ କିଲୋ ଡ୍ରଗ୍ସ ରାହିଲଙ୍କ ପାଖରୁ ମିଳିଛି। ଏହି ଡ୍ରଗ୍ସର ମୂଲ୍ୟ ୩-୪ କୋଟି ଟଙ୍କା ପାଖାପାଖି କୁହାଯାଉଛି। ଏହା ବାଦ୍ ତାଙ୍କ ଘରୁ ୪.୫ ଲକ୍ଷ ଟଙ୍କା ମଧ୍ୟ ମିଳିଛି। କୁହାଯାଉଛି ରାହିଲଙ୍କ ସିଧା ସମ୍ପର୍କ ବଲିଉଡ ସେଲିବ୍ରିଟିଙ୍କ ସହ ରହିଛି। ଏହା ସହ ସେ ବଲିଉଡ ପାର୍ଟିକୁ ମଧ୍ୟ ଆସନ୍ତି।

   Related Posts