Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜନ୍ତାରେ ପଡିଲେ ଯନ୍ତ୍ରୀ : ଅର୍ଥ ଅନିୟମିତତା ଅଭିଯୋଗରେ ୭ଜଣ ଗିରଫ

9/01/2020 at 9:19 PM

କଟକ ୦୯।୦୧ : ପୂର୍ତ୍ତ ବିଭାଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ।  ଅନିୟମିତତା ଅଭିଯୋଗରେ ୭ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଫଡିଛନ୍ତି । କଟକ ତାଳଦଣ୍ତା କେନାଲ ପୋଲ ନିର୍ମାଣରେ ପାଖାପାଖି ୪୫ ଲକ୍ଷ ଟଙ୍କାର ଦୁର୍ନୀତିଅଭିଯୋଗରେ ଗିରଫ ହୋଇଛନ୍ତି ।

ଭିଜିଲାନ୍ସ ଜାଲରେ ୭ ଜଣ ଯନ୍ତ୍ରୀଙ୍କ ସମେତ ଜଣେ ଠିକାଦର ପଡିଥିବାର ସୂଚନା ମିଳିଛି। ୩ ଜଣ କାର୍ଯ୍ୟରତ ଯନ୍ତ୍ରୀ ଜଣେ ଠିକାଦାର ଏବଂ ୪ ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ରଜନିକାନ୍ତ ଦଳବେହେରା ସହକାରୀ ଯନ୍ତ୍ରୀ. ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ ,ସହକାରୀ ଯନ୍ତ୍ରୀ  ରଞନ କୁମାର ଦେବତା, ସେହିପରି ଅବସର ଗ୍ରହଣ କରିସାରିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ପଣ୍ତା , ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ, ଶୁବାଶିଷ ମହାପାତ୍ର, ଅବସରପ୍ରାପ୍ତ ଡିଭିଜିଓନାଲ ଆକାଉଣ୍ଟ୍ସ ଅଫିସର ଅବନିକାନ୍ତ ରାଉତ୍, ଏବଂ ଅବସରପ୍ରାପ୍ତ  ଅଧୀକ୍ଷଣ ଯନ୍ତ୍ରୀ ବିମଳ ଚନ୍ଦ୍ର ଦାସଙ୍କ ସମେତ ଠିକାଦାର ତୃପ୍ତି ରଞନ ଦେବତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଏମାନଙ୍କ ବିରୋଧରେ ଦୁର୍ନୀତିର ସଙ୍ଗୀନ ଅଭିଯୋଗ ରହିଛି ।  କଟକ ତାଳଦଣ୍ତା କେନାଲ ପୋଲ ନିର୍ମାଣରେ ପାଖାପାଖି ୪୫ ଲକ୍ଷ ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା । ତେବେ ଏହାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହେବାପରେ ଭିଜିଲାନ୍ସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ସୂଚନା ମିଳିଛି ।

   Related Posts