କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ : ୭ ଶ୍ରମିକ ମୃତ, ଅନେକ ଆହତ

Published By : Prameya-News7 Bureau | January 12, 2020 IST

କୋଲୱାଡେ ୧୨।୧: ମହାରାଷ୍ଟ୍ର ପାଲଘର ଜିଲ୍ଲା କୋଲୱାଡେରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଶନିବାର ସନ୍ଧ୍ୟାରେ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିବାରୁ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ସମୟରେ ଅନେକ ଶ୍ରମିକ ଫ୍ୟାକ୍ଟ୍ରିରେ କାମ କରୁଥିଲ । ହଠାତ୍ ଏକ ବିସ୍ଫୋରଣ ଘଟିଥିଲା । ଏହାପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା।

{"id":210064,"sizeSlug":"large"}

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ର ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ କ୍ଷତିପୂରଣ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.