Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ନବମ , ଦଶମ ପରେ ଆଜିଠୁ ସ୍କୁଲ ଯିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ; ମାନିବେ କୋଭିଡ଼ ଗାଇଡ଼ଲାଇନ୍‌

25/10/2021 at 7:37 AM

ଭୁବନେଶ୍ୱର ୨୫।୧୦: ଦୀର୍ଘ ମାସ ପରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ କ୍ଲାସ। ନବମ , ଦଶମ ପରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ । ଅନଲାଇନ ବଦଳରେ ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ ।

ତେବେ ସ୍କୁଲରେ କୋଭିଡ ଗାଇଡଲାଇନକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ଏତେ ଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କ୍ଲାସ ଆରମ୍ଭ ହେବା ପୂର୍ବରୁ ସ୍କୁଲକୁ ସାନିଟାଇଜ କରାଯାଇଛି। କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତ ସାନିଟାଇଜ କରାଯିବ ।

ସେହିପରି ଛାତ୍ରଛାତ୍ରୀମାନଙ୍କ ବସିବା ସ୍ଥାନ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଦୂରତା ରଖାଯିବ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲରେ ଆଇସୋଲେସନ ରୁମ ମଧ୍ୟ ଖୋଲାଯାଇଛି। ଦୀର୍ଘ ଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନଲାଇନ ପାଠପଢ଼ାରେ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିଲା। ହେଲେ କ୍ଲାସରୁମରେ ପାଠପଢ଼ା ଆଗଭଳି ସହଜ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

   Related Posts