Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କ’ଣ ଜାଣନ୍ତୁ

15/08/2019 at 5:01 PM

ନୂଆଦିଲ୍ଲୀ୧୫|୮: ଅପୂର୍ବ ଆନନ୍ଦ ଓ ଉତ୍ସାହ ସହିତ ଆଜି ଦେଶ ପାଳନ କରିଛି ୭୩ତମ ସ୍ବାଧୀନତା ଦିବସ।ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ।୯୨ ମିନିଟର ଦୀର୍ଘ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଧାରା ୩୭୦ ହଟାଯିବା ପ୍ରସଙ୍ଗଠାରୁ ଆତଙ୍କବାଦ,ଦୁର୍ନୀତି,ଜଳ ଜୀବନ ମିଶନ,ଡିଜିଟାଲ ପେମେଣ୍ଟ,କୃଷି ଆଦି ପ୍ରସଙ୍ଗରେ ଦେଶବାସୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଲାଲକିଲ୍ଲା ପ୍ରାଚୀରରୁ ମୋଦି କରିଛନ୍ତି ଅନେକ ବଡ ଘୋଷଣା ।

ଅପୂର୍ବ ଆନନ୍ଦ ଓ ଉତ୍ସାହ ସହିତ ଆଜି ଦେଶ ପାଳନ କରିଛି ୭୩ତମ ସ୍ବାଧୀନତା ଦିବସ।। କାଶ୍ମୀରରୁ କନ୍ୟାକୁମାରୀ, ସିକିମରୁ ସୌରାଷ୍ଟ୍ର ସବୁଠି ଉଡିଛି ତ୍ରିରଙ୍ଗା । ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଐତିହାସିକ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରି ୯୨ ମିନିଟର ଦୀର୍ଘ ଅଭିଭାଷଣରେ ଅନେକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।ଦେଶକୁ ବିକାଶର  ପଥରେ ଆଗେଇନେବାକୁ ଦେଶବାସୀଙ୍କୁ ଦେଇଛନ୍ତି ଆହ୍ବାନ।

(୧)ଭାରତୀୟ ପଦାତିକ ସେନା, ନୌସେନା ଏବଂ ବାୟୁସେନାର ଅଭିଯାନରେ ସମନ୍ଵୟ ରକ୍ଷା କରିବାକୁ ‘ଚିଫ୍  ଅଫ୍  ଡିଫେନ୍ ସ୍  ଷ୍ଟାଫ୍ ’ ପଦବୀ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

(୨)ଧାରା ୩୭୦ ହଟାଯିବାପରେ ଏବେ ସାରା ଦେଶ ଗର୍ବରେ କହିପାରିବ ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ ବୋଲି ମୋଦି କହିଛନ୍ତି।

(୩)ଜଳ ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଜଳ ଜୀବନ ମିଶନରେ ସାଢେ ୩ଲକ୍ଷ କୋଟି ବ୍ୟୟ ବରାଦ ହେବ ବୋଲି କହିଛନ୍ତି ମୋଦି।

(୪)ଜନସଂଖ୍ୟା ବୃଦ୍ଧି ନେଇ ମଧ୍ୟ ମୋଦି ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ପରିବାରକୁ ସୀମିତ ରଖୁଥିବା ବ୍ୟକ୍ତି ଅସଲ ଦେଶଭକ୍ତ ବୋଲି ମୋଦି କହିଛନ୍ତି।

(୫)ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ପରୋକ୍ଷରେ ଘେରିଛନ୍ତି ।ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମୋଦି।

(୬)ଦେଶକୁ ଗରିବୀ ମୁକ୍ତ କରିବାକୁ ମୋଦି ଦେଇଛନ୍ତି ଆହ୍ବାନ।

(୭)ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ମୋଦି ଦେଶବାସୀଙ୍କ  ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ। ।

(୮) ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି ବିକାଶରେ ଏକ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି।

୨୦୧୪ରୁ ୨୦୧୯ ଥିଲା ଆବଶ୍ୟକତା ପୂରଣର ସମୟ । ୨୦୧୯ରୁ ଆଗକୁ ଆସୁଥିବା ସମୟରେ ଲୋକଙ୍କ ସ୍ବପ୍ନପୂରଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ।

   Related Posts