Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଜୁଳି ପତ୍ର ଖାଇଲେ ହେବ ଜବରଦସ୍ତ ଲାଭ : ଏହାର ଫାଇଦା ବିଷୟରେ ଜାଣି ଉଡ଼ିଯିବ ହୋସ୍

ପିଜୁଳି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପିଜୁଳି ଫଳ ବ୍ୟତୀତ ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଥାଏ। ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ପିଜୁଳି ପତ୍ର ଖାଇବାର ଫାଇଦା ବିଷୟରେ।

୧.ପିଜୁଳି ପତ୍ର ଖାଇବା ଦ୍ବାରା ପେଟରେ ଜମିଥିବା ବିଷାକ୍ତ ପଦାର୍ଥ ଏବଂ ହାନିକାରକ ପଦାର୍ଥର ଦୁଷ୍ପ୍ରଭାବ କମ ହୋଇଥାଏ। ଏବଂ ପେଟବ୍ୟଥାରୁ ମୁକ୍ତି ମିଳିଥାଏ।

୨.ପିଜୁଳିର କଅଁଳ ପତ୍ରକୁ ଧୋଇ ଫୁଟାଇ ଦିଅନ୍ତୁ। ଏବଂ ଏହି ପାଣିକୁ ଥଣ୍ଡା କରି ଗଳ ଗଳ କରନ୍ତୁ। ଏପରି କରିବା ଦ୍ବାରା ଦାନ୍ତ ବ୍ୟଥା,ମୁହଁର ଛାଲ ଠିକ୍ ହୋଇଯିବ।

୩.ପିଜୁଳିର କଅଁଳ ପତ୍ରକୁ ଚୋବାଇ ଖାଇବା ଦ୍ବାରା ଆଲର୍ଜି ସମସ୍ୟା ଦୂର ହୋଇଥାଏ।

୪.ପିଜୁଳି ପତ୍ର ଚୋବାଇ ଖାଇବା ଦ୍ବାରା ବ୍ଲଡ ସୁଗାରର ସ୍ତର ନିୟନ୍ତ୍ରିତ ହୋଇଥାଏ। ଏଥିପାଇଁ ଡାଏବେଟିସ୍ ରୋଗୀଙ୍କୁ ପିଜୁଳି ପତ୍ର ଖାଇବା ଆବଶ୍ୟକ।  

୫. ପିଜୁଳି ପତ୍ରର ଚାହା ପ୍ରସ୍ତୁତ କରି ପିଇବା ଦ୍ବାରା ଶରୀରର କୋଲେଷ୍ଟୋଲର ସ୍ତରକୁ ନିୟନ୍ତ୍ରିତ କରିଥାଏ।

୬.ପିଜୁଳି ପତ୍ରକୁ ପାଣିରେ ଫୁଟାଇ ପାଣିକୁ ଥଣ୍ଡା କରି ପିଅନ୍ତୁ। ଏହାଦ୍ବାରା ଡେଙ୍ଗୁ ଜ୍ବରରୁ ମୁକ୍ତି ମିଳିଥାଏ।

୭.ପିଜୁଳି ପତ୍ରକୁ ପ୍ରତିଦିନ ସେବନ କରିବା ଦ୍ବାରା ଶ୍ବାସ ରୋଗରୁ ମୁକ୍ତି ମିଳିଥାଏ।

୮.ପିଜୁଳି ପତ୍ର ଖାଇବା ଦ୍ବାରା ତ୍ବଚାରେ ଥିବା ଚିହ୍ନ,ବ୍ରଣ ଏବଂ ଚର୍ମକୁଞ୍ଚନ ଦୂର ହୋଇଥାଏ। ଏବଂ ଯୈାବନ ପ୍ରାପ୍ତି ହୋଇଥାଏ।

860 Views

   ସମ୍ବନ୍ଧିତ ଖବର