ଦାଦା ବଟି ଆଦାୟ ଅଭିଯୋଗ, ୮ ଜଣକୁ ଗିରଫ କଲା ପୁରୀ ଟାଉନ ଥାନା ପୋଲିସ
3/04/2021 at 12:56 PM

ପୁରୀ ୩।୪: ପୁରୀରେ ଦାଦାବଟି ଆଦାୟ ଅଭିଯୋଗରେ ୮ ଜଣଙ୍କୁ ଗିରଫ କଲା ପୁରୀ ଟାଉନ ଥାନା ପୋଲିସ । ବଡଦାଣ୍ଡରେ ଥିବା ବିଭିନ୍ନ ଛୋଟ ବଡ ବ୍ୟବସାୟୀଙ୍କୁ ଡରାଇ ଧମକାଇ ଏହି ଦୁର୍ବୃତ୍ତମାନେ ଦାଦାବଟି ଆଦାୟ କରୁଥିଲେ । ଦୁର୍ବୃତ୍ତଙ୍କ ଗିରଫ କରିବା ପରେ କୋର୍ଟ ଚାଲାଣ କଲା ଟାଉନ ଥାନା ପୋଲିସ ।
ଶୁକ୍ରବାର ଦିନ ଦାଦା ବଟି ଆଦାୟ ଅଭିଯୋଗରେ ୧୦ ଜଣ ଗିରଫ ହୋଇଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଉଠାଦୋକାନୀଙ୍କଠାରୁ ଦାଦା ବଟି ଆଦାୟ କରୁଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଥିଲା ସିଂହଦ୍ବାର ଥାନା ପୋଲିସ ।
ଉଲ୍ଲେଖଯୋଗ୍ୟ ଯେ, ଦାଦା ବଟିକୁ ନେଇ ଗତ ୩୧ ତାରିଖ ଦିନ ଅପରାହ୍ନରେ ଜଣେ ଟଙ୍କ ତୋରାଣି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।