ଇଦ୍ ମୁବାରକ୍ : ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ୧୪/୫: ଆଦି ଭାଇଚାରାର ପର୍ବ ଇଦ୍ । ମାସକ ଯାକ ରୋଜା ରଖିବା ପରେ ଆଜି ଉପବାସ ଭାଙ୍ଗି ଇଦ୍ ପାଳିଥାନ୍ତି ମୁସଲମାନ ଭାଇ ଭଉଣୀ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଦ୍ ଉପରେ ପଡିିଛି କରୋନା ଚଡକ । ଏବର୍ଷ ମଧ୍ୟ କରୋନା ପାଇଁ ସବୁଠି ତାଲାବନ୍ଦ ଚାଲିଛି । ସେଥିପାଇଁ ଘରେ ରହି ନମାଜ ପାଠ ସହ ଇଦ୍ ଉତ୍ସବ ପାଳନ କରାଯାଉଛି । ପରିବାର ବନ୍ଧୁବାନ୍ଧବ ଏକାଠି ନହେଲେ ବି ଭର୍ଚୁଆଲରେ ଜଣାଉଛନ୍ତି ଶୁଭେଚ୍ଛା ।

wp:html /wp:html


ତେବେ ଦେଶାବାସୀଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଏହି ପର୍ବ ହେଉଛି ପରସ୍ପର ମଧ୍ୟରେ ଭାଇଚାରା ଏବଂ ମାନବିକତାର ସେବାରେ ନିଜକୁ ସମର୍ପିତ କରିବାର ଏକ ସୁଯୋଗ । ଆସନ୍ତୁ ଏକାଠି ହୋଇ କୋଭିଡରୁ ମୁକୁଳିବା ପାଇଁ ଏକାଠି ହେବା ତଥା ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବା । ଦେଶକୁ କରୋନା ମୁକ୍ତ କରିବା ଲାଗ ସଂକଳ୍ପ ନେବା ।

wp:html /wp:html


ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଦେଶବାସୀଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଆମର ସାମୂହିକ ପ୍ରୟାସ ଦ୍ୱାରା ଆମେ ବିଶ୍ୱ ମହାମାରୀକୁ ଦୂର କରି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.