ମେ ୨୪ରେ ଇଦ୍ ପାଳନ କରିବେ ୟୁଏଇ, କତାର ଓ ତୁର୍କି, ଭାରତରେ ଶନିବାର ଦେଖାଯିବ ଚାନ୍ଦ

Published By : Prameya-News7 Bureau | May 23, 2020 IST

କାନପୁର: ଇସ୍ଲାମର ଧାର୍ମିକ ମାସ ରମଜାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ୱର ଅସଂଖ୍ୟ ମୁସଲମାନଙ୍କ ଅପେକ୍ଷା ଏବେ ଇଦ୍‌ର ଚାନ୍ଦକୁ। ତେବେ ହିଜରୀ ୧୪୪୧ର ୨୯ତମ ଦିବସ ଅର୍ଥାତ ମେ ୨୨ତାରିଖ ଶୁକ୍ରବାର ସବାଲ ମାସର ଚାନ୍ଦ ଦେଖାଯାଇନାହିଁ। ଏଣୁ ସାଉଦି ଆରବ, କତାର, ତୁର୍କି କ୍ୱେତ୍ ସମେତ ଆରବସ୍ପ୍ରିଂ ଦେଶମାନେ ୨୪ ତାରିଖ ରବିବାର ଇଦ-ଉଲ-ଫିତର ପାଳନ କରିବେ ବୋଲି ଜଣାପଡିଛି।

{"id":274709,"width":578,"height":381,"sizeSlug":"large"}

ଭାରତର କେରଳ ସମେତ ବିଭିନ୍ନ ରାଜ୍ୟରେ ଶନିବାର ଲୋକେ ସବାଲ ମାସର ଚାନ୍ଦ ଦେଖିବେ। ଏଣୁ ସାରା ଦେଶରେ ରବିବାର ଇଦ ପାଳନ କରାଯିବ ବୋଲି ଜଣାପଡିଛି। ତେବେ ପୂର୍ବରୁ ରିୟାଦସ୍ଥିତ ମଜମହା ୟୁନିଭର୍ସିଟି ଶୁକ୍ରବାର ହୁଏତ ସୱାଲ ମାସର ଚାନ୍ଦ ଦେଖାଯାଇ ନ ପାରେ ବୋଲି ଜଣାଇ ଦେଇଥିଲେ। ଏଣୁ ଶନିବାର ଚାନ୍ଦ ଦେଖିବା ଲାଗି ଲୋକେ ଏବେ ଆତୁର ଅପେକ୍ଷାରେ ଅଛନ୍ତି।

{"id":274710,"width":580,"height":349,"sizeSlug":"large"}

ସାରା ବିଶ୍ୱରେ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ଏଣୁ ଚଳିତବର୍ଷ ଲୋକେ ନିରାଡମ୍ବର ଇଦ ପାଳନ କରିବେ। ସାମାଜିକ ଦୂରତା ଲାଗି ଗୁରୁତ୍ୱ ଦିଆଯାଉଥିବାରୁ ମସଜିଦ୍‌ ଓ ଇଦଗାହରେ ସାମୂହିକ ନମାଜ ହୁଏତ ହୋଇ ନପାରେ। ଏଣୁ ଲୋକେ ନିଜନିଜ ଘରେ ଇଦର ନମାଜ ପାଠ କରିବେ।  ଏଥିଲାଗି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଏକଜୁଟ୍ ନ ହେବା ଲାଗି ପ୍ରଶାସନ ପକ୍ଷରୁ କଡା କଟକଣା ଲାଗାଯାଉଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.