ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର

Published By : Prameya-News7 Bureau | May 14, 2021 IST

ଚଣ୍ଡିଖୋଲ ୧୪।୫: ସାରା ଦେଶରେ ପାଳିତ ହେଉଛି ପବିତ୍ର ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହି ପର୍ବ ପାଇଁ ସବୁଠି ଉତ୍ସବ ମୁଖର । ପରସ୍ପରକୁ ଇଦ୍ ମୁବାରକ ଜଣାଇଥାନ୍ତି ସମସ୍ତେ । ମସଜିଦମାନଙ୍କରେ ସମୂହ ନମାଜ ପାଠ କରାଯାଇ ଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଛି ଇଦ୍ ପର୍ବ । କରୋନା କଟକଣା ପାଇଁ ମସଜିଦରେ ସମୂହ ନମାଜ ପାଠ କରିବା ପାଇଁ ବାରଣ କରାଯାଇଛି ।

{"id":452298,"width":748,"height":401,"sizeSlug":"large","linkDestination":"none"}

ଯାଜପୁର ଜିଲ୍ଲାରେ ମଧ୍ୟ ଇଦ୍ ର ମାହୋଲ ଫିକା ପଡିଛି । ଚାରିନଙ୍ଗଳ, ସୁଙ୍ଗୁଡା, ବ୍ରାହ୍ମବରଦା ପ୍ରମୁଖ ଅଞ୍ଚଳରେ ଥିବା ମୁସଲମାନ ଭାଇମାନେ ଘରେ ଇଦ୍ ପାଳନ କରୁଛନ୍ତି । ମସଜିଦମାନଙ୍କରେ କେବଳ ୮ ଜଣଙ୍କୁ ନମାଜ ପଢିବା ପାଇଁ ଅନୁମତି ମିଳିଛି । ଏକ ମାସର ରୋଜା ପାଳିବା ପରେ ଆଜି ସବୁଠି ପାଳନ ହେଉଛି ଇଦ୍ । ଭାଇଚାରାର ଏହି ପର୍ବରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି । ସବୁଠି ଶାନ୍ତି ଶୃଙ୍ଖଳାରେ ଇଦ ପାଳନ ହେଉଥିବା ବେଳେ ସାରା ବିଶ୍ବରୁ କରୋନା ମହାମାରୀରୁ ସମସ୍ତେ ସୁରକ୍ଷିତ ରହିବା ସହ ଆଲ୍ଲା କରୋନାକୁ ହଟାଇ ଦିଅନ୍ତୁ ବୋଲି ମୁସଲମାନ ଭାଇମାନେ ପାର୍ଥନା କରୁଛନ୍ତି ।ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ମସଜିଦମାନଙ୍କରେ ପାଟ୍ରୋଲିଂ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.