Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମୁଣ୍ଡରେ ଚାନ୍ଦ ଚିହ୍ନ ଥିବା ଏହି ଛେଳିକୁ କିଣିବା ପାଇଁ ବିକ୍ରି ହୋଇଯିବ ଆପଣଙ୍କ ଘର,ଦ୍ବାର ସମସ୍ତ ଜମାପୁଞ୍ଜି

31/07/2020 at 7:45 PM

ସାଙ୍ଗଲି ୩୧/୭: ଦେଶରେ ଇଦର ଅବସର ଆସିଛି। ଏହି ସମୟରେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଏକ ଏପରି ଛେଳି ସାମନାକୁ ଆସିଛି,ଯାହାର ଦାମ୍ ଦେଢ଼ ଲକ୍ଷ ଟଙ୍କା ଯାଏଁ ଯାଇଛି। କେବଳ ଏତିକି ନୁହେଁ ଛେଳିଟି ଅନ୍ୟାନ୍ୟ କାରଣ ଯୋଗୁଁ ଚର୍ଚ୍ଚାରେ ରହିଛି। ଏବେ ଛେଳି ଲୋକଙ୍କ ଆକର୍ଷଣର କେନ୍ଦ୍ର ହୋଇଛି।

ଏହି ମାମଲା ସାଙ୍ଗଲି ଜିଲ୍ଲାର ପେଡ଼ ଗାଁର। ଏଠାରେ ସୁରେଶ ଶେଣ୍ଡଗେ ନାମକ ଜଣେ ବ୍ୟକ୍ତି ଏକ ଛେଳି ପାଳିଛନ୍ତି। ଏହି ଛେଳିର ବିଶେଷତ୍ବ ହେଉଛି ଏହି ଛେଳିର ମୁଣ୍ଡରେ ଚାନ୍ଦ ହୋଇଛି। ଯାହା ଫଳରେ କ୍ରେତାମାନେ ଛେଳିର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ଲଗାଇଛନ୍ତି।

ଏପରି ବିଶ୍ବାସ ରହିଛି ଯେ ବକ୍ରିଦରେ ଯେଉଁ ଛେଳିକୁ କଟା ଯାଇଥାଏ ସେଥିରୁ ଯଦି କାହା ମୁଣ୍ଡରେ ଚାନ୍ଦ ହୋଇଛି ତେବେ ଏହା ଖୁବ୍ ଭଲ ହୋଇଥାଏ। ଏହା ସହିତ ଯଦି ଏପରି ଚାନ୍ଦର ଆକୃତି ସେମାନଙ୍କ ଶରୀରରେ ହୋଇଥାଏ ତେବେ ଈଶ୍ବର ତ୍ୟାଗ ଗ୍ରହଣ କରିଥାନ୍ତି। ଏହି ବିଶ୍ବାସ ଯୋଗୁଁ ଏପରି ଛେଳିର ମୂଲ୍ୟ ସାଧାରଣ ଛେଳିଠୁ ଅଧିକ ଲଗାଯାଇଥାଏ।

ଏହି ବିଶ୍ବାସ ଅନୁସାରେ ଛେଳିର ମାଲିକଙ୍କ କହିବା ଅନୁସାରେ ଏହି ଛେଳିଙ୍କ ପାଇଁ ଏବେ ସୁଦ୍ଧା ଦେଢ଼ ଲକ୍ଷ ଟଙ୍କା ଦେବାକୁ ଲୋକେ ପ୍ରସ୍ତୁତ ଅଛନ୍ତି। ମୁଣ୍ଡରେ ଚାନ୍ଦ ଆକୃତି ହେବା ଯୋଗୁଁ ଏହି ଛେଳିର ମୂଲ୍ୟ ସାଧାରଣ ଛେଳି ଠାରୁ ଅନେକ ଗୁଣା ଅଧିକ।

   Related Posts