ଆଜି ସାରା ଦେଶରେ ପାଳନ ହେବ ଇଦ୍ , ଇଦ୍‌ଗାହରେ ନୁହେଁ ଘରେ ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର ୨୫।୦୫:  ଆଜି ସାରାଦେଶରେ ପାଳନ ହେବ ଇଦ୍ । ଦେଶରେ କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାକୁ କଡାକଡି ପାଳନ ସହ ମସଜିଦ୍ ନ ଆସି ଘରେ ପ୍ରାର୍ଥନା କରିବାକୁ ମୁସଲମାନ ଭାଇଭଉଣୀଙ୍କୁ ଅନୁରୋଧ କରିଛନ୍ତି ସାହି ଇମ୍ମାମ । ଏହସହ ଇଦ୍  ପାଳନ ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି ।

କରମର୍ଦ୍ଦନ,ପରସ୍ପରକୁ ଆଲିଙ୍ଗନ ନ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶାବଳୀ ରହିଛି । ଭଦ୍ରକରେ ମଧ୍ୟ ନିରାଡମ୍ବର ଭାବେ ପାଳନ ହେବ ଇଦ୍ । ରାଜ୍ୟ ସରକରାଙ୍କ ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନଏବଂ ମସଜିଦ୍ ଗୁଡିକରେ ୧୪୪ ଧାରା ଜାରି ହୋଇଛି । ଇଦଗାହରେ ସମୂହ ନମାଜ ପାଠ ହେବନି । ମାତ୍ର ୫ ଇଦଗାହରେ ନମାଜ ପଢ଼ିପାରିବେ । ଜିଲ୍ଲା ପ୍ରଶାସନର ନିୟମମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଚଉଦ ମହଲା ମୁସଲିମ ଜମାତର ସଭାପତି। ଶନିବାର ଚାନ୍ଦ ଦର୍ଶନ ହୋଇନଥିବା ଦିଲ୍ଲୀ ଜାମ୍ମା ମସ୍‌ଜିଦ୍‌ ସାହି ଇମାମ୍ ସଇଦ୍ ଅହମ୍ମଦ ବୁଖାରୀଙ୍କ ସୂଚନା ପରେ ଆଜି ଇଦ୍ ପାଳନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.