Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ସାରା ଦେଶରେ ଇଦ୍‌ର ଜଶନ : ସବୁ ମସଜିଦରେ ପ୍ରବଳ ଗହଳି, ନମାଜ ପାଠ ସହ ଭାଇଚାରା ବାଣ୍ଟିଲେ ଇସଲାମ୍ ଧର୍ମାବଲମ୍ବୀ

5/06/2019 at 9:38 AM

ଭୁବନେଶ୍ବର ୫|୬: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ । ଦେଶବ୍ୟାପୀ ଇଦ୍ ପାଳନ ଚାଲିଥିବା ବେଳେ ସାରା ରାଜ୍ୟରେ ମଧ୍ୟ ବଡ଼ ଆନନ୍ଦ ଉଲ୍ଲାସର ସହ ଇଦ ପାଳନ ଚାଲିଛି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମସଜିଦ । ମସଜିଦରେ ଚାଲିଛି ସମୂହ ନମାଜ ପାଠ । ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରୁଛନ୍ତି । ଇଦ୍ ଅବସରରେ ଇସଲାମ ସମ୍ପ୍ରଦାୟର ଲୋକେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି । ରଙ୍ଗବେରଙ୍ଗ ଆଲୋକମାଳାରେ ମସଜିଦଗୁଡିକୁ ସଜ୍ଜିତ କରାଯାଇଛି । ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ବିଧି ରହିଛି । ଛୋଟ ବଡ ସମସ୍ତେ ଗୁରୁଜନଙ୍କଠୁ ଆର୍ଶୀବାଦ ନେବାର ମଧ୍ୟ ପରମ୍ପରା ରହିଛି । ମୁସଲିମ୍ ସଂପ୍ରଦାୟର ଲୋକଙ୍କ ଘରେ ଅତିଥିଙ୍କ ଭିଡ଼ ଜମିଛି । ସବୁ ପରିବାର ସଦସ୍ୟ ଏକାଠି ହୋଇ ଇଦ୍ ପାଳନ କରୁଛନ୍ତି । ମଙ୍ଗଳବାର ପବିତ୍ର ରମଜାନ ମାସର ଶେଷ ଦିନ ଥିଲା ।  ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ୍ ରହି ରମଜାମ ମାସ ପାଳନ କରିଥିଲେ। ଚାନ୍ଦ ଦିଶିବା ପରେ ରୋଜା ଭାଙ୍ଗିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ । ଇଦ୍ ମୁସଲମାନ୍ ଙ୍କର ଏକ ପବିତ୍ର ପର୍ବ । ବିଭିନ୍ନ ଦେଶରେ ଏହି ପର୍ବ ବିଭିନ୍ନ ଦିନ ଏବଂ ସମୟରେ ପାଳିତ ହୋଇଥାଏ। ମୁସଲିମ୍ ବହୁଳ ଅଂଚଳରେ ଖୁସିରେ ଆତସବାଜୀ ପ୍ରଦର୍ଶନ ମଧ୍ୟ ହୋଇଥାଏ । ବିଶ୍ୱାସ ରହିଛି, ମାସସାରା ରୋଜାରଖି ନମାଜ ପଢିଲେ ଆଲ୍ଲା ବର୍ଷଯାକର ପାପ କ୍ଷମା କରିଥାନ୍ତି ଓ ପୁଣ୍ୟ ହୋଇଥାଏ । ଇଦ ଅବସରରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି ।

   Related Posts