କରୋନା ପାଇଁ ଇଦ୍ ଫିକା, ଇଦଗାହରେ ଏଥର ୫ ଜଣ ପଢିବେ ନମାଜ

Published By : Prameya-News7 Bureau | May 24, 2020 IST

ଭଦ୍ରକ, ୨୪|୦୫: କରୋନା ପାଇଁ ଏଥର ଇଦ୍ ମଧ୍ୟ ଫିକା । ବର୍ଷକୁ ଦୁଇ ଥର ସାମୁହିକ ନମାଜ ପାଠ ହୋଇଥାଏ ଇଦଗାହାରେ । ସମସ୍ତ ସାହି ବସ୍ତିରୁ ଶ୍ରଦ୍ଧାଳୁମାନେ ଏକଜୁଟ ହୋଇ ନମାଜ ପାଠ କରନ୍ତି । ଏଥର କିନ୍ତୁ କାରୋନାର କଟକଣା ପାଇଁ ଭଦ୍ରକ ସହରରେ ଇଦ ନିରାଡମ୍ବର ଭାବେ ପାଳିତ ହେବ । ସମସ୍ତ ଧାର୍ମିକ ଅନୁଷ୍ଠାନ ରେ ପ୍ରଶାସନର ୧୪୪ ଧାରା ଜାରି ପରେ ଏମିତି ନିଷ୍ପତି ହୋଇଛି ।

 ଇଦ ହେଉଛି ଇସଲାମ ଧର୍ମବଲମ୍ବୀଙ୍କର ପବିତ୍ର ମାସ । ମାସେ କାଳ ରୋଜା ରଖିବା ପରେ ପାଳିତ ହୋଇଥାଏ ଇଦୁଲଫିତର ବା ଇଦ । ଏହି ଦିନ ନୂଆ ଲୁଗା ପିନ୍ଧି , ନମାଜ ପରେ ଦାନ ଧର୍ମ କରିଥାନ୍ତି । ଆଉ ଏ ହେଉଛି ଭଦ୍ରକ ସହର ଇଦଗାହ । ଏହି ସ୍ଥାନରେ ପ୍ରତିବର୍ଷ ସାମୁହିକ ନମାଜ ପାଠ ହୋଇଥାଏ । ପ୍ରାୟ ୫ ହଜାରରୁ ଅଧିକ ସଂଖ୍ୟକ ମୁସଲମାନ ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପାଠ କରିଥାନ୍ତି । ଏଥର କିନ୍ତୁ କାରୋନା କଟକଣା ବଳବତ୍ତର ରହିଛି । ସମସ୍ତ ମସଜିଦ ଆଉ ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର ରହିଛି । ସମୟ ଦୃଷ୍ଟିରୁ ପ୍ରଶାସନର ଏହି ନିୟମକୁ ମାନି ନମାଜ ପଡିବେ ବୋଲି କହିଛନ୍ତି ଚଉଦ ମହଲା ମୁସ୍ଲିମ ଜମାତର ସଭାପତି ।

ଦୋକାନ ବଜାର ଖୋଲିଛି କିନ୍ତୁ ସେମିତି ଭିଡ ଦେଖିବା ପାଇଁ ମିଳୁନି । ତେବେ ପ୍ରଶାସନ ଜିଲ୍ଲାର ସମସ୍ତ ମସଜିଦ, ମନ୍ଦିର ଓ ଧର୍ମାନୁଷ୍ଠାନ ଅଞ୍ଚଳରେ ୧୪୪ ଧାରା ଜାରି କରିଥିବାରୁ ମାତ୍ର  ୫ ଜଣ ଇଦଗାହାରେ ନମାଜ ପଡିବେ । ଚଉଦ ମହଲା ମୁସଲିମ ଜମାତ ମଧ୍ୟ ସମସ୍ତଙ୍କୁ ଏହି ନିୟମ ମାନିବା ପାଇଁ ଅନୁରୋଧ କରିଛି । କୌଣସି ସ୍ଥାନରେ ଏକାଠି ନହେବା ପାଇଁ ମଧ୍ୟ ଅନୁରୋଧ କରିଛି । ଜିଲ୍ଲାପ୍ରଶାସନ ମଧ୍ୟ ୧୪୪ ଧାରା ନିୟମ କୁ ପାଳନ କରିବା ପାଇଁ ଅନୁରୋଧ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.