Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ଭାଇଚାରାର ସହର କଟକରେ ହିନ୍ଦୁ ମୁସଲିମ୍ ଭାଇମାନେ ମିଳିମିଶି ପାଳନ କରୁଛନ୍ତି ଇଦ, ନମାଜ ପାଠରେ ରାଜନେତାଠାରୁ ଆରମ୍ଭ କରି ଅଭିନେତା ସମସ୍ତେ ସାମିଲ

5/06/2019 at 5:54 PM

କଟକ ୫|୬: ଆନନ୍ଦ ଉଲ୍ଲାସ ଓ ଶ୍ରଦ୍ଧାର ସହ କଟକ ସହରରେ ପାଳିତ ହୋଇଛି ଇଦ୍ । ହିନ୍ଦୁ ମୁସଲିମ୍ ଭାଇ ମାନେ ମିଳିମିଶି ଇଦ୍ ପାଳନ କରି କଟକ ସହରକୁ ପୁଣିଥରେ ଭାଇଚାରାର ସହର ବୋଲି ପ୍ରମାଣିତ କରିଛନ୍ତି । ଅନ୍ୟପଟେ ଇଦ୍‌ର ସ୍ୱତନ୍ତ୍ର ନମାଜ ଅବସରରେ ବିଶ୍ୱ ଭାତୃତ୍ୱ ପାଇଁ ସମୂହ ପ୍ରାର୍ଥନା କରାଯାଇଛି । ତେବେ କଟକ ସହରର ମସଜିଦରେ ହୋଇଥିବା ନମାଜ ପାଠରେ ରାଜନେତା ଠାରୁ ଆରମ୍ଭ କରି ଅଭିନେତା ସମସ୍ତେ ସାମିଲ ହୋଇ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ପୁରା କଟକ ସହର ଆଜି ଇଦ୍‌ର ଆନନ୍ଦରେ ମସଗୁଲ୍ । ମୁସଲିମ୍ ଭାଇ ମାନେ ସକାଳୁ ସମୂହ ନମାଜ୍ ପାଠ ପାଇଁ ବିଭିନ୍ନ ମସଜିଦ୍ ଓ ଇଦ୍‌ଗାହରେ ଏକାଠି ହୋଇଥିଲେ । ରମଜାନ୍ ମାସରେ ୨୯ ଦିନର ତ୍ୟାଗ ଓ ନିଷ୍ଠା ପରେ ତିରିସତମ ଦିନକୁ ଆଲ୍ଲା ଉପହାର ଭାବେ ମୁସଲିମ୍ ମାନଙ୍କୁ ଦେଇଥାଆନ୍ତି । ଏହି ଦିନକୁ ଇଦ୍ କୁହାଯାଏ । ରମଜାନ୍ ଆଉ ଇଦ୍ ର ନିୟମ ଅନୁସାରେ ମାସ ସାରା ମୁସଲିମ୍ ମାନେ ଦାନ ଧର୍ମ କରି ନିଷ୍ଠାର ସହ ରହିଥାଆନ୍ତି । ଓଡିଶାରେ ପ୍ରତ୍ୟକ ମୁସଲିମ୍ ଗରିବ ଲୋକଙ୍କୁ ଏହି ଅବସରରେ ଅତିକମ୍ ରେ ୪୦ ଟଙ୍କା ବା ସେତିକି ଟଙ୍କାର ଖାଦ୍ୟ ବା ବସ୍ତ୍ର ଦେବାର ନିୟମ ରହିଛି । ଏହା ପାଠର ଯୁକ୍ତି ହେଉଛି ଯେ ଗରିବ ଲୋକ ମାନେ ବି ଧନି ଲୋକଙ୍କ ଭଳି ଖୁସିରେ ଇଦ୍ ପାଳନ କରିବେ । ଆଜି ସମୂହ ପ୍ରାର୍ଥନା ବେଳେ ରାଗ ରୁସା ଅହଙ୍କାର ଭୁଲି ସମସ୍ତେ ଏକ ହୋଇ ଚଳିବାକୁ ପ୍ରାର୍ଥନା କରିଛନ୍ତି କଟକିଆ ।

ସେପଟେ ହିନ୍ଦୁ ମୁସଲିମ୍ ଭାଇ ମାନେ କାନ୍ଧକୁ କାନ୍ଧ ମିଳାଇ କଟକରେ ଇଦ୍ ପାଳନ କରିବା ଦେଖିବାକୁ ମିଳିଥିଲା । ଭାଇଚାରାର ସହର କଟକରେ ଦୁଇ ସମ୍ପ୍ରଦାୟ ଭିତରେ ଥିବା ବନ୍ଧୁତାର ଖିଅକୁ ଇଦ୍ ଆହୁରି ମଜବୁତ୍ କରିଛି । ଦଳ ମତ ନିର୍ବିଶେଷରେ ଉଭୟ ଉଭୟଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି । ଖାଲି ସେତିକି ନୁହେଁ ରାଜନେତା ଠାରୁ ଅଭିନେତା ସମସ୍ତ ନମାଜ ପାଠରେ ସମାଲି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଭାଇଚାରାର ସହରରୁ ସାରା ବିଶ୍ବକୁ ଏକ ସନ୍ଦେଶ ଯାଉଥିବା କହିଛନ୍ତି ଅଭିନେତା ।

ଇଦ୍ ର ସମୂହ ନମାଜ୍ ପାଠ ପରେ ମୁସଲିମ୍ ଭାଇ ମାନେ ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ । ପରେ ଘରେ ଘରେ ସୁସ୍ୱାଦୁ ଖାଦ୍ୟ ପେୟ ସହ ଆରମ୍ଭ ହୋଇଥିଲା ଇଦ୍ ମିଲନ୍ ପର୍ବ ।

   Related Posts