Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

୧୩ ଦିନରେ ଦିଲୀପ କୁମାରଙ୍କ ଆଉ ଜଣେ ଭାଇଙ୍କ ନିଧନ, ୯୨ ବର୍ଷରେ ଆଖି ବୁଜିଲେ ଏହସାନ

3/09/2020 at 9:11 AM

ନୂଆଦିଲ୍ଲୀ ୦୩।୦୯: ବଲିଉଡ୍‌ର ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ଘରେ ପୁଣି ଥରେ ଶୋକର ମାହୋଲ । ଦିଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନ୍‌ଙ୍କ ମୃତ୍ୟୁ ହୋଇଯାଇଛି । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏହସାନ ଖାନ୍‌ କରୋନା ଭାଇରସରେ ସଂକ୍ରମିତ ହେବା ପରେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଏହସାନଙ୍କୁ ହୃଦରୋଗ, ଉଚ୍ଚ ରକ୍ତଚାପ ପରେ ଆଉ କିଛି ରୋଗରେ ପୀଡିତ ଥିଲେ । ବୁଧବାର ରାତି ପ୍ରାୟ ୧୧ଟାରେ ଏହସାନଙ୍କ ପରଲୋକ ହୋଇଯାଇଛି ।

ଲୀଲାବତୀ ହସ୍ପିଟାଲରେ ବିଳମ୍ବିତ ରାତିରେ ଏକ ବୟାନ ଜାରି କରାଯାଇଛି ଯେ, ଏହସାନ ଖାନ୍‌ଙ୍କ ମୃତ୍ୟୁ ହୋଇଯାଇଛି। ଏହସାନ କରୋନା ସଂକ୍ରମିତ ଥିଲେ , ତାଙ୍କୁ ହୃଦରୋଗ ଓ ଉଚ୍ଚ ରକ୍ତଚାପ ପରି ଆଉ କିଛି ରୋଗରେ ଆକ୍ରାନ୍ତ ଥିଲେ । ଏହାସାନ ଖାନ୍‌ଙ୍କ ପୂର୍ବରୁ ୨୧ଅଗଷ୍ଟରେ ଦିଲୀପ କୁମାରଙ୍କ ଆଉ ଜଣେ ସାନଭାଇ  ଅସଲମ ଖାନ୍‌ଙ୍କ ମୃତ୍ୟୁ ହୋଇସାରିଛି । ୮୮ ବର୍ଷ ବୟସରେ ଅସଲମ୍‌ଙ୍କ ପରଲୋକ ହୋଇଛି ।  ସେ ମଧ୍ୟ କୋଭିଡ଼-୧୯ ସଂକ୍ରମିତ ଥିଲେ , ଏବଂ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ଅସଲମ ଖାନ୍‌ ମଧ୍ୟ ମଧୁମେହ, ଉଚ୍ଚ ରକ୍ତଚାର, ହୃଦରୋଗରେ ଆକ୍ରାନ୍ତ ଥିଲେ । ସେ ମଧ୍ୟ କରୋନା ସଂକ୍ରମିତ ଥିଲେ ।

ଦିଲୀପ କୁମାରଙ୍କ ୨ ଭାଇ ଏହସାନ ଖାନ୍‌ ଓ ଅସଲମ୍‌ ଖାନ୍‌ଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହେଉଥିଲା । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ୨ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା , ଏବଂ ଦୁଇ ଜଣ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ତେବେ ମେଡିକାଲରେ ଚିକିତ୍ସା ଜାରି ରହିଥିଲା ବେଳେ ଅସଲମ୍‌ ଖାନ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଏହସାନ୍‌ ଖାନ୍‌ଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ତାଙ୍କ ସ୍ଥିତି ଗମ୍ଭୀର ରହିଥିଲା , ମେଡିକାଲରେ ଡାକ୍ତର କହିଥିଲେ ଯେ, ଏହସାନ ଖାନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଳ ନଥିଲେ, ସେ ଅଧିକ ଚଳପ୍ରଚଳ କରିପାରୁନଥିଲେ । ତାଙ୍କ ଶରୀରରେ ପୂର୍ବରୁ ଅକ୍ସିଜେନ୍‌ କମ୍‌ ଥିଲା । ଏଥିପାଇଁ ତାଙ୍କୁ କରୋନା ହେବା ପରେ ଆହୁରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ନିଶ୍ୱାସ ନେବାରେ ବହୁ ଅସୁବିଧା ହେଉଥିଲା । ଶେଷରେ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।

   Related Posts