Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

TikTokରେ ବେଲି ଡାନ୍ସ ପୋଷ୍ଟ କରିବାରୁ ମହିଳାଙ୍କୁ ୩ବର୍ଷ ଜେଲ୍ : ଗଣିଲେ ୧୪ଲକ୍ଷ ଟଙ୍କାର ଜରିମାନା

29/06/2020 at 12:40 PM

କାଇରୋ ୨୯/୬: ମିଶରର ଜଣେ ହାଇ ପ୍ରୋଫାଇଲ୍ ବେଲି ଡାନ୍ସର ସାମା ଏଲ୍ ମେସିଙ୍କୁ ସୋସିଆଲ୍ ମିଡିଆରେ ଅନୈତିକ ଏବଂ ଉତ୍ତେଜିତ ଭିଡିଓ ପୋଷ୍ଟ୍ କରିବା ମହଙ୍ଗା ପଡ଼ିଛି। କାଇରୋର କୋର୍ଟ ତାଙ୍କ ବିରୋଧରେ ଲୋକଙ୍କୁ ଦୁର୍ବ୍ୟବହାର ଏବଂ ଅନୈତିକତା ପାଇଁ ଉସୁକାଇବା ଅଭିଯୋଗରେ ୩ବର୍ଷର ଜେଲ୍ ଦଣ୍ଡ ଏବଂ ୩୦ହଜାର ପାଉଣ୍ଡ(ପାଖାପାଖି ୧୪ଲକ୍ଷ ଟଙ୍କା)ର ଜରିମନା ଲଗାଇଛନ୍ତି।

 ଅଲ୍-ମେସିଙ୍କୁ ଅପ୍ରେଲରେ ସୋସିଆଲ୍ ମିଡିଆରେ ଭିଡିଓ ଏବଂ ଫଟୋ ଯାଞ୍ଚ ସମୟରେ ଗିରଫ କରାଯାଇଥିଲା। ସେ ନିଜ ଭିଡିଓକୁ ଲୋକପ୍ରିୟ ଭିଡିଓ ସେୟାରିଂ ପ୍ଲାଟଫର୍ମ ଟିକଟକରେ ସେୟାର କରିଥିଲେ ଯେଉଁଥି​‌ରେ ସାର୍ବଜନିକ ଭାବେ ଲୋକଙ୍କ ଉତ୍ତେଜନାକୁ ବଢ଼ାଇବାର ଅଭିଯୋଗ କରାଯାଇଥିଲା।

୪୨ବର୍ଷ ବୟସ୍କା ବେଲି ଡାନ୍ସର ଏହି ଅଭିଯୋଗକୁ ଅସ୍ବୀକାର କରି ନିଜକୁ ନିର୍ଦୋଷ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଫୋନରୁ ସେହି ଭିଡିଓ ଚୋରି କରି ତାଙ୍କ ବିନା ସହମତିରେ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା।

କାଇରୋର ଅଦାଲତ ଶନିବାର ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ସେ ଅନୈତିକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରିଥିଲେ। ସେ ମିଶରରେ ପରିବାରର ସିଦ୍ଧାନ୍ତ ଏବଂ ମୂଲ୍ୟର ଉଲ୍ଲଙ୍ଘନ କରିଥିଲେ।

   Related Posts