ଓଡ଼ିଶାକୁ ଆସିଲା ଇଜିପ୍ଟ ପିଆଜ,ଜାଣନ୍ତୁ ଏହାର ମୂଲ୍ୟ

Published By : Prameya-News7 Bureau | December 24, 2019 IST

ଭୁବନେଶ୍ବର ୨୪/୧୨: ଓଡିଶାକୁ ଆସିଲା ଇଜିପ୍ଟ ପିଆଜ । ରାଜଧାନୀକୁ ଆସିଛି ଇଜିପ୍ଟ ପିଆଜ । ଫଳରେ ଓଡିଶା ବଜାରରେ ପିଆଜର ଦର ୧୦୦ରୁ ଖସିଛି । ଏବେ ଇଜିପ୍ଟ ପିଆଜର ଦର ୮୦ ଟଙ୍କା ରହିଥିବା ବେଳେ ନାସିକ ପିଆଜର ପାଇକାରୀ ଦର କିଲୋ ପିଛା ୭୦/୭୫ ଟଙ୍କାକୁ ଖସିଛି ।

{"id":201843,"width":588,"height":268,"sizeSlug":"large"}

 ମହାରାଷ୍ଟ୍ରରେ ପିଆଜ ଅମଳ ଋତୁ ପାଖେଇ ଆସୁଥିବା ବେଳେ ଇଜିପ୍ଟ ପିଆଜ ଭାରତ ବଜାରକୁ ଆସିଥିବାରୁ ଖୁବ୍ ଶୀଘ୍ର ଦରରେ ଦ୍ରୁତ ହ୍ରାସ ଘଟିବା ଆଶା କରାଯାଉଛି। ନୂଆବର୍ଷ ପ୍ରଥମ ସପ୍ତାହ ସୁଦ୍ଧା ଆଖିଦୃଶିଆ ହ୍ରାସ ଘଟିବ ବୋଲି ଆଶା କରାଯାଉଛି ।

{"id":201844,"sizeSlug":"large"}

ଓଡିଶାକୁ ଏବେ ଇଜିପ୍ଟ ପିଆଜ କମ୍ ପରିମାଣରେ ଆସୁଛି। ଛତିଶଗଡ଼ ରାୟପୁର ମଣ୍ଡିରୁ କିଛି ବ୍ୟବସାପୟୀ ପରୀକ୍ଷାମୂଳକଭାବେ ଭୁବନେଶ୍ୱର ବଜାରକୁ ଆଣିଛନ୍ତି। ଅନ୍ୟପକ୍ଷରେ ଇଜିପ୍ଟ ପିଆଜ ପାଇଁ ନାସିକ୍  ପିଆଜ ଦର ମଧ୍ୟ କମିଛି।

{"id":201845,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.