Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତରେ ୫ ଟଙ୍କାରେ ବିକ୍ରି ହେଉଥିବା ଅଣ୍ଡାର ଦାମ୍ ଆମେରିକାରେ କେତେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

29/08/2019 at 2:31 PM

ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ।  ଅଣ୍ଡା ଶରୀରକୁ ମଜବୁତ କରିଥାଏ। ପନିପରିବା

ଯେମିତି ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ। ଭାରତରେ ଅଣ୍ଡା ୫-୬ ଟଙ୍କା ଭିତରେ ବିକ୍ରି ହୁଏ।

ହେଲେ ଆମେରିକାରେ ଅଣ୍ଡା କେତେ ଟଙ୍କାରେ ବିକ୍ରି ହୁଏ ତାହା ଅଧିକାଂଶ ଲୋକେ ଜାଣିନଥାନ୍ତି। ଭାରତ ସହ ବିଦେଶରେ ମଧ୍ୟ ଅଣ୍ଡା ବେଶ ସଉକ ସହିତ ଖିଆଯାଏ।

ସମଗ୍ର ବିଶ୍ବରେ ଅଣ୍ଡା ଖାଇବା ପାଇଁ ଲୋକେ ପସନ୍ଦ କରନ୍ତି। ଏମିତି ବହୁତ କମ ଲୋକ ଥିବେ ଯିଏ ଅଣ୍ଡା ଖାଇବା ପାଇଁ ପସନ୍ଦ କରୁନଥିବେ।

ଭାରତରେ ୫-୬ ଟଙ୍କାରେ ମିଳୁଥିବା ଅଣ୍ଡାର ଦାମ ବିଦେଶରେ କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଭାରତରେ ସିଝା ଅଣ୍ଡା ୧୦ ଟଙ୍କାରେ ମିଳେ। ଆମେରିକାରେ ଅଣ୍ଡାର ଦାମ ୭ ଟଙ୍କା। ସେଠାରେ ମିଳୁଥିବା ଅଣ୍ଡା ୭ଟଙ୍କାରେ ବିକ୍ରି ହୁଏ।  

   Related Posts