୧୦୦ ଟଙ୍କା ଲାଞ୍ଚ ନ ଦେବାରୁ ଓଲଟାଇ ଦେଇଥିଲେ ଅସହାୟ ବାଳକର ଅଣ୍ଡା ଠେଲା : ସାହାଯ୍ୟ ପାଇଁ ଆଗେଇ ଆସିଲେ ଲୋକେ ଓ ନେତା

Published By : Prameya-News7 Bureau | July 27, 2020 IST

ଇନ୍ଦୋର ୨୭/୦୭ : କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ସମୟରେ ଅନେକ ନିନ୍ଦନୀୟ ତଥା ଅମାନବିକତା ଘଟଣା ସାମ୍ନାକୁ ଆସିଛି | ଲକଡାଉନ ସମୟରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖି ଆଖିରୁ ଦୁଇ ଧାରା ଲୁହ ଗଡିଯାଇଛି | କିନ୍ତୁ ଏହି ସମୟରେ କିଛି ଲୋକଙ୍କ ଦୟା ଓ କାଋଣଭାବ ମଧ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖି ବିଶ୍ବସ ହୋଇଛି ଯେ ସମାଜରେ ମାନବିକତା କେଉଁଠି ନା କେଉଁଠି ଆଜି ମଧ୍ୟ ବଞ୍ଚିଛି | ନିକଟରେ ସୋସିଆଲ ମିଡ଼ିଆରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଥିଲା | ମଧ୍ୟପ୍ରଦେଶର ପାରସ ନାମକ ଏକ ବାଳକ ଯିଏ ଠେଲା ଲଗାଇ ଅଣ୍ଡା ବିକୁଥିଲା ତାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓ ଏଇଥିପାଇଁ ଭାଇରାଲ ହୋଇଥିଲା କାରଣ ଭିଡିଓରେ ଜଣେ ପ୍ରଶାସନିକ ଅଧିକାରୀ ପାରସର ଅଣ୍ଡା ଠେଲା ଓଲଟାଇ ଦେଇଥିଲେ | ନିୟମ ପାଳନ କରୁନଥିବାରୁ ଅଧିକାରୀ ଜଣକ ପାରସର ଠେଲା ଓଲଟାଇ ଦେଇଥିଲେ | ଏହା ପାରସ ପାଇଁ ଏକ ଶକ୍ତ ଆର୍ଥିକ ଝଟକା ଥିଲା | କାରଣ ଏହି ଅଣ୍ଡା ଠେଲା ହିଁ ତାର ରୋଜଗାରର ଏକ ମାତ୍ର ପନ୍ଥା ଥିଲା | ଅଣ୍ଡା ବିକି ସେ ପରିବାର ପୋଷୁଥିଲା |

{"id":306202,"width":581,"height":436,"sizeSlug":"large"}

ପାରସର ଘର ଇନ୍ଦୋରରେ | ସେ କହିଛି ଯେ ଲକଡାଉନ ଯୋଗୁଁ ଦୋକାନ ଖୋଲିବାକୁ ସରକାର ଲେଫ୍ଟ-ରାଇଟ ନିୟମ ଲାଗୁ କରିଛନ୍ତି | ସକାଳେ ପ୍ରଶାସନିକ ଅଧିକାରୀ ଠେଲା ହଟାଇବାକୁ ପାରସକୁ ଧମକ ଦେଇଥିଲେ | ନହେଲେ ତାଙ୍କୁ ୧୦୦ ଟଙ୍କା ଲାଞ୍ଚ ଦେବାକୁ କହିଥିଲେ | ପାରସ ଲାଞ୍ଚ ଦେବାକୁ ମନା କରିଦେବାରୁ ଅଧିକାରୀ ପାରସର ପୁରା ଠେଲା ଓଲଟାଇ ଦେଇଥିଲେ | ଫଳରେ ତାର ସବୁ ଅଣ୍ଡା ଭାଙ୍ଗି ଚୁରମାର ହୋଇଯାଇଥିଲା | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପାରସକୁ ଅନେକ ଲୋକ ଏବଂ କିଛି ରାଜନୈତିକ ଦଳ ସାହାଯ୍ୟ କରିଛନ୍ତି |

{"id":306208,"sizeSlug":"large"}

ପାରସକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଓ ତାଙ୍କ ଭାଇ-ଭଉଣୀଙ୍କୁ ପାଠ ପଢିବାକୁ ଅଫର ମିଳିଛି | କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପାରସକୁ ସାହାଯ୍ୟ କରିବାକୁ ତତ୍ପରତା ଦେଖାଇଛନ୍ତି | ପାରସକୁ ସାହାଯ୍ୟ କରିବାକୁ ଦେଶର ଜନତା ମଧ୍ୟ ଆଗେଇ ଆସିଛନ୍ତି |

{"id":306209,"sizeSlug":"large"}

ଇନ୍ଦୋରର ବିଜେପି ସାଂସଦ, ରମେଶ ମଣ୍ଡଲା ପାରସକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଆବାସ ଯୋଗାଇ ଦେଇଛନ୍ତି | ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପାରସ ଓ ତାଙ୍କ ଭାଇ ଭଉଣୀଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି | ଇନ୍ଦୋର ପ୍ରେସ କ୍ଲବ ପାରସଙ୍କ ପାଇଁ ରାସନ ଓ ଆର୍ଥିକ ସହାୟତା ବ୍ୟବସ୍ଥା କରିଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.