Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଅଣ୍ଡାମାଡ଼ ନ କରିବାକୁ ଦେଉଛନ୍ତି ବଡ ବଡ ଉପଦେଶ, ହେଲେ ମଉକା ଦେଖି ପରସ୍ପର ଉପରେ ମାଡ଼ କରୁଛନ୍ତି ତିନି ଦଳ

26/11/2021 at 8:47 PM

ଭୁବନେଶ୍ଵର ୨୬।୧୧: ଅଣ୍ଡାମାଡ଼ ସୁସ୍ଥ ପରମ୍ପରା ନୁହେଁ। ଅଣ୍ଡାମାଡ଼ ହେବା ଉଚିତ ନୁହେଁ। ଏମିତି କିଛି ହିତବାଣୀ ରାଜ୍ୟର ବଡ଼ବଡ଼ିଆ ନେତାମାନେ ଦେଉଛନ୍ତି। ହେଲେ ଦଳର କର୍ମୀମାନେ ଅପରପକ୍ଷର ନେତାଙ୍କୁ ଅଣ୍ଡାମାଡ଼ କରିବାକୁ ଛକି ରହୁଛନ୍ତି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କେମିତି ବନ୍ଦ ହେବ ଅଣ୍ଡାମାଡ଼ ପରମ୍ପରା। କିଏ ଏହାକୁ ନିୟନ୍ତ୍ରଣ କରିବ। ଏଥିପାଇଁ ଦାୟୀ କିଏ ରହିବ।

କେମିତି ବନ୍ଦ ହେବ ଅଣ୍ଡାମାଡ଼ ରାଜନୀତି । ଅଣ୍ଡା ମାଡକୁ ସବୁ ଦଳ ନିନ୍ଦା କରୁଛନ୍ତି। ଅଣ୍ଡାମାଡ଼ ନ କରିବାକୁ ଗୋଟିଏ ଦଳ ଅନ୍ୟକୁ ପରାମର୍ଶ ଦେଉଛି। ହେଲେ ୩ ଦଳର କର୍ମୀ ଏବେ ପ୍ରତିପକ୍ଷ ମନ୍ତ୍ରୀ ଓ ନେତାଙ୍କ  ଉପରକୁ ଅଣ୍ଡା ମାଡରେ ମାତିଛନ୍ତି। ସବୁ ଦଳର ବଡ଼ ବଡ଼ ନେତା କହୁଛନ୍ତି ରାଜନୀତିରେ ଅଣ୍ଡା ମାଡ ଏକ ସୁସ୍ଥ ପରମ୍ପରା ନୁହେଁ । କିନ୍ତୁ ଗ୍ରାଉଣ୍ଡରେ ଏହାର ଠିକ ଓଲଟା ଦେଖିବାକୁ ମିଳୁଛି । ସବୁ ଦଳର କର୍ମୀ ବିରୋଧୀ ମନ୍ତ୍ରୀ ଓ ନେତାଙ୍କ ଉପରକୁ ଅଣ୍ଡା ମାଡ କରିବାକୁ ଛକି ବସୁଛନ୍ତି । ମୌକା ଦେଖି ମାଡ଼ କରୁଛନ୍ତି। ଏଭଳି ସ୍ଥିତିରେ ସ୍ବାଭାବିକ ଭାବେ କୈାଣସି ଏକ ରାଜନୈତିକ ଦଳ ଅନ୍ୟ ଦଳକୁ  ଅଣ୍ଡା ମାଡ ନ କରିବାକୁ ପରାମର୍ଶ ଦେଇପାରିବନି । ପରାମର୍ଶ ଦେବାର ନୈତିକତା ବି ନାହିଁ । ଅତିକମରେ ଯେ ପର୍ଯ୍ୟନ୍ତ ନିଜ ଦଳର କର୍ମୀ ପ୍ରତି ପକ୍ଷ ଉପରକୁ ଅଣ୍ଡା ଫିଙ୍ଗୁଛନ୍ତି, ସେତେବେଳେ କେମିତି ବା ବ ଅନ୍ୟକୁ ପରାମର୍ଶ ଦେବେ।

ଏବେ ନିଜ ଦଳର ନେତା ହିଁ ନିଷ୍ପତି ନେବେ ତାଙ୍କ ଦଳର କର୍ମୀ ପ୍ରତିପକ୍ଷ ନେତା ଓ ମନ୍ତ୍ରୀଙ୍କ ଉପରକୁ  ଅଣ୍ଡା ମାରିବେ କି ନାହିଁ । ଦଳୀୟ ନେତାଙ୍କ ନିଷ୍ପତ୍ତିକୁ କର୍ମୀମାନେ ମାନିବେ କି ନାହିଁ । ଯଦି ମାନନ୍ତି, ତା ହେଲେ ଅଣ୍ଡା ମାଡ ଉପରେ ଯାଇ ଅଙ୍କୁଶ ଲାଗିବା ସମ୍ଭାବନା ସୃଷ୍ଟି ହେବ । ଅଣ୍ଡା ମାଡକୁ ନେଇ ବିଜେଡିର ମତ, ଗଣତନ୍ତ୍ରରେ ଏହା ସୁସ୍ଥ ପରମ୍ପରା ନୁହ୍ଁ । ସବୁ ଦଳ ନିଜ ନିଜର ସୀମା ଭିତରେ ରହିଲେ ଭଲ। ସେପଟେ ପିସିସି ସଭାପତି କହିଛନ୍ତି ଅଣ୍ଡା ମାଡ । ସବୁ ଦଳର ମୁଖିଆ ମାନେ ଦାୟିତ୍ବ ନେବା ଦରକାର ଅଣ୍ଡାମାଡ ଯେଭଳି ଆଗକୁ ହେବ ନାହିଁ  । ସେପଟେ ବିଜେପି କହିଛି ଅଣ୍ଡା ମାଡ ଏଡାଇବାକୁ ସରକାର ଜଗିବା ଏକ ମାତ୍ର ସମାଧାନ।

ଏବେ ଦେଖିବାକୁ ହେବ ରାଜନୀତିରେ ଅଣ୍ଡା ଫଣ୍ଡାକୁ ନେଇ ଦଳ ମାନେ କେମିତି ନିଜକୁ କ୍ଷାନ୍ତ ରଖୁଛନ୍ତି। ନିଜ କର୍ମୀଙ୍କ କାର୍ଯ୍ୟକଳାପର ଦାୟିତ୍ବ ନିଜେ ନିଅନ୍ତୁ। ସେଥିପାଇଁ ନିଜେ ଦାୟୀ ହୁଅନ୍ତୁ। ନହେଲେ  ଆଗକୁ ପଞ୍ଚାୟତ ନିର୍ବାଚନ। ଅଣ୍ଡାମାଡ ପ୍ରବଳ ହେବାର ଆଶଙ୍କା ବଢୁଛି ।

   Related Posts