Thursday, September 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଣ୍ଡା ଭେଜ୍ ନା ନନଭେଜ୍: ଅଛି କି ମନରେ ଦ୍ବନ୍ଦ୍ବ ,ଜାଣନ୍ତୁ ସଠିକ୍ କଥା

କେତେକ ପ୍ରଶ୍ନ ଏପରି ହୋଇଥାଏ ଯାହାର ଉତ୍ତର ଦେବା ଅତ୍ୟନ୍ତ କଷ୍ଟ ହୋଇଥାଏ। ଏପରି ଏକ ପ୍ରଶ୍ନ ହେଉଛି ଅଣ୍ଡା ଶାକାହାରୀ ନା ମାଂସାହାରୀ? ଏହି ବିଷୟରେ ଅନେକ ଅନୁଧ୍ୟାନ ହୋଇଛି କିନ୍ତୁ ଲୋକଙ୍କ ମଧ୍ୟରେ ଏଯାଏଁ ଅସାମଞ୍ଜସ୍ୟ ରହିଛି। ଆପଣଙ୍କ ଏହି ଅସାମଞ୍ଜସ୍ୟରୁ ବାହାର କରିବା ପାଇଁ ଆଜି ଆମେ କହିବା ଅଣ୍ଡା କେଉଁ ଶ୍ରେଣୀଭୁକ୍ତ।

ସର୍ବପ୍ରଥମେ ଏହା ଜାଣିବା ଜରୁରୀ ଯେ କୁକୁଡ଼ା ଅଣ୍ଡା କିପରି ଦେଇଥାଏ। କୁକୁଡ଼ା ୬ମାସର ହୋଇଗଲେ ଗୋଟେ ଦେଢ଼ ଦିନରେ ଅଣ୍ଡା ଦେଇଥାଏ। କିନ୍ତୁ ଅଣ୍ଡା ଦେବା ପାଇଁ ଏହା ଜରୁରୀ ନୁହେଁ ଯେ ମାଈ କୁକୁଡ଼ା କେଉଁ ଅଣ୍ଡିରା କୁକୁଡ଼ା ସଂସ୍ପର୍ଶରେ ଆସିଛି।

 କୈାଣସି ଅଣ୍ଡିରା କୁକୁଡ଼ା ସଂସ୍ପର୍ଶରେ ଆସିନଥିବା  ମାଈ କୁକୁଡ଼ା ଦେଇଥିବା ଅଣ୍ଡାକୁ ଅନଫର୍ଟିଲାଇଜଡ୍ ଏଗ୍ କହନ୍ତି। ବୈଜ୍ଞାନିକଙ୍କ କହିବା ଅନୁସାରେ ଏଥିରୁ ଛୁଆ ବାହାରିନଥାଏ। ଏଥିପାଇଁ ଯଦି ଆପଣ ଅଣ୍ଡାକୁ ମାଂସାହାରୀ ବୋଲି କହୁଛନ୍ତି ତେବେ ଆପଣ ଭୁଲ୍ କାରଣ ଅଣ୍ଡା ଶାକାହାରୀ।

ଯେଉଁ ଅଣ୍ଡା ମାଈ କୁକୁଡ଼ା ଏବଂ ଅଣ୍ଡିରା କୁକୁଡ଼ା ସଂସ୍ପର୍ଶରେ ଆସି ଦେଇଥାଏ ତାହାକୁ ଆମେ ମାଂସାହାରୀ କହିପାରିବା। ପ୍ରକୃତରେ ବୈଜ୍ଞାନିକମାନେ ଅନୁଧ୍ୟାନ କରି କହିଛନ୍ତି ଯେ ଅଣ୍ଡାର ୩ଟି ଅଂଶ ରହିଥାଏ ପ୍ରଥମଟି ହେଉଛି ଚୋପା,ଦ୍ବିତୀୟଟି ଧଳା ଭାଗ ଏବଂ ତୃତୀୟଟି ହଳଦିଆ ଅଂଶ କିମ୍ବା କେଶର। ଅଣ୍ଡାରେ ଥିବା ଧଳା ଅଂଶ ପ୍ରୋଟିନରେ ଭରପୂର ରହିଥାଏ। ଏଥିପାଇଁ ଅଣ୍ଡାରେ ଥିବା ଧଳା ଅଂଶ ଶାକାହାରୀ।

ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଖାଇବା ଜିନିଷରେ ଅଣ୍ଡାର ଧଳା ଅଂଶ ବ୍ୟବହାର କରାଯାଇଥାଏ, ଏଗୁଡ଼ିକ ସବୁ ଶାକାହାରୀ ହୋଇଥାଏ। ଅଣ୍ଡା କେଶରରେ କୋଲେଷ୍ଟୋଲ୍ ଏବଂ ଫ୍ୟାଟ୍ ରହିଥାଏ। କିନ୍ତୁ ମାଇ କୁକୁଡ଼ା ଏବଂ ଅଣ୍ଡିରା କୁକୁଡ଼ା ସଂସ୍ପର୍ଶରେ ଅଣ୍ଡା ମାଂସାହାରୀ ହୋଇଥାଏ।  

644 Views

   ସମ୍ବନ୍ଧିତ ଖବର