ବ୍ରହ୍ମପୁର୧/୬: ପିଲାଙ୍କୁ କିଏ ବାଣ୍ଟିବେ ଅଣ୍ଡା ? କାହାକୁ ମିଳିବ ଦାୟିତ୍ବ ? ତିନି ସ୍ବୟଂ ସହାୟକ ଗୋଷ୍ଠୀକୁ ଅଣ୍ଡା ବଣ୍ଟନ ଦାୟିତ୍ବ ଦେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ଅଭିଯୋଗ ହୋଇଥିଲା। ଏହି ସମସ୍ୟାର ସମାଧାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଅଙ୍ଗନାୱାଡି କର୍ମୀ ହିଁ ଅଣ୍ଡା ବାଣ୍ଟିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟଅମୃତ କୁଲାଙ୍ଗେ ନ୍ଯୁଜ୍ ୭କୁ କହିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।ଏହାସହ ଜିଲ୍ଲାର ସମସ୍ତ ସି ଡି ପି ଓ ଙ୍କୁ ଅବଗତ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।
{"id":279930,"sizeSlug":"large"}ଅଣ୍ଡା ବାଣ୍ଟିବା ଘଟଣାରେ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ବିରୋଧ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଆଜି ସଂଘର କଲମ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ। ଏମାନଙ୍କ କଳିରେ ଗର୍ଭବତୀ ମହିଳା ଓ ଶିଶୁ ଅଣ୍ଡା ପାଇବାରୁ ବଞ୍ଚିତ ହେଉଥିଲେ। ଅଣ୍ଡା ବଣ୍ଟନକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ଅଚଳାବସ୍ଥା ହୋଇପଥିଲା। କିଏ ବାଣ୍ଟିବ ଅଣ୍ଡା ? ଏହାକୁ ନେଇ ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ଏ ନେଇ ନ୍ୟୁଜ୍ ୭ରେ ପୂର୍ବରୁ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ଏବେ ଗଞ୍ଜାମ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଅଙ୍ଗନାୱାଡି କର୍ମୀ ହିଁ ଅଣ୍ଡା ବାଣ୍ଟିବେ।