Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଅଣ୍ଡା ଦିବସରେ କୃଷିମନ୍ତ୍ରୀ ଓ ମିଡିଆ ଉପଦେଷ୍ଟା ଦେଲେ ଯୋଗ

11/10/2019 at 5:11 PM

ଭୁବନେଶ୍ବର ୧୧|୧୦: ଆଜି ବିଶ୍ବ ଅଣ୍ଡା ଦିବସ । ଏହି ଅବସରରେ ଭୁବନେଶ୍ବର ଓୟୁଏଟି ଭେଟେନାରି କଲେଜ୍‌ ପଡ଼ିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ  ବିଭାଗ ଏବଂ ବିଭିନ୍ନ କୁକୁଡ଼ା ଚାଷୀ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଅରୁଣ ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ବିଜେଡି ମିଡିଆ ସେଲ ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ ।

ଓଡ଼ିଶାରେ କୁକୁଡ଼ା ଚାଷ ସହିତ ଅଣ୍ଡା ଶିଳ୍ପକୁ ସରକାର ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ଅତିଥିମାନେ ଚାଷୀଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ହଜାର କୁକୁଡ଼ା ଚାଷୀ ଯୋଗଦେଇଥିଲେ । 

   Related Posts