ହୃଦରୋଗ ଆଶଙ୍କା ବଢ଼ାଏନି ଅଣ୍ଡା

Published By : Prameya-News7 Bureau | December 21, 2019 IST

ଅଣ୍ଡା ଖାଇବା ଦ୍ବାରା ହୃଦରୋଗ ଆଶଙ୍କା ବଢ଼େ ବୋଲି ରହିଥିବା ପୂର୍ବ ଧାରଣାକୁ ସଦ୍ୟ ଅଧ୍ୟୟନ ଖଣ୍ଡନ କରିଛି। ଅଧ୍ୟୟନ ଅନୁସାରେ, ଅଣ୍ଡା ଆପଣଙ୍କ ହୃତପିଣ୍ଡ ପାଇଁ ହାନିକାରକ ହୋଇନପାରେ। ଅଣ୍ଡା କେଶରରେ ପ୍ରଚୁର ମାତ୍ରାରେ କୋଲେଷ୍ଟୋଲ୍ ରହିଛି। କିନ୍ତୁ ସଦ୍ୟ ଅଧ୍ୟୟନକୁ ଯଦି ବିଶ୍ବାସ କରାଯାଏ, ତେବେ ଦିନକୁ ଗୋଟିଏ ଅଣ୍ଡା ଖାଇବା ଦ୍ବାରା ହୃଦରୋଗ ଆଶଙ୍କା ଦେଖାଯାଏ ନାହିଁ। ଅଣ୍ଡା ଖାଇବା ଦ୍ବାରା କୌଣସି ଗୁରୁତ୍ବପୂର୍ଣ୍ଣ ହୃଦରୋଗ ଆଶଙ୍କା ଅଧ୍ୟୟନରେ ଦେଖାଯାଇନଥିଲା।

{"id":200565,"sizeSlug":"large"}

ସର୍କୁଲେସନ୍ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି। ଉଚ୍ଚ ମାତ୍ରାରେ କୋଲେଷ୍ଟୋଲ୍ ହୃତପିଣ୍ଡ ପାଇଁ ହାନିକାରକ। ରକ୍ତରେ ଅତ୍ୟଧିକ କୋଲେଷ୍ଟୋଲ୍ ରହିଲେ ଧମନୀରେ ରକ୍ତ କଠିନ ରୂପେ ଜମା ହୁଏ। ପରବର୍ତ୍ତୀ ସମୟରେ ଏହା ଷ୍ଟୋକର କାରଣ ହୋଇଥାଏ।

{"id":200566,"sizeSlug":"large"}

ସୁସ୍ଥ ଧମନୀ ପାଇଁ ହୃତପିଣ୍ଡକୁ ସୁସ୍ଥ ରଖୁଥିବା ପଲିଅନସାଚୁରେଟେଡ ଚର୍ବିଯୁକ୍ତ ଖାଦ୍ୟ ଖାଇବା ସହିତ ରକ୍ତ ଜମାଟ ବାନ୍ଧୁଥିବା କୋଲେଷ୍ଟୋଲଯୁକ୍ତ ଖାଦ୍ୟଠୁ ଦୂରରେ ରହିବା ଉଚିତ୍। ମକା,କାନୋଲା କିମ୍ବା ସୋୟାବିନ୍ ତେଲ ଆଦି ପଲିସାଚୁରେଟେଡ ଚର୍ବି ଅନ୍ତର୍ଭୁକ୍ତ। ଶର୍କରା ଓ ସୋଡିୟମ ମିଶ୍ରିତ ଖାଦ୍ୟ ଯଥାସମ୍ଭବ କମାଇବା ଉଚିତ୍ ବୋଲି ଆମେରିକାର ୟୁଟି ସାଉଥଓ୍ବେଷ୍ଟର୍ଣ୍ଣ ମେଡିକାଲ୍ ସେଣ୍ଟରର ଜୋ​ ଆନ୍ ଏସ୍ କାରସନ୍ କହିଛନ୍ତି।

{"id":200567,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.