ଓଡିଶାକୁ ପାକିସ୍ତାନ ସହ ତୁଳନା କରି ବୈଜୟନ୍ତଙ୍କ ମନ୍ତବ୍ୟକୁ ବିରୋଧ, ପ୍ରତିବାଦରେ କୁଶପୁତ୍ତଳିକା ଦାହ

Published By : Prameya-News7 Bureau | October 19, 2020 IST

ଝାରସୁଗୁଡା ୧୯।୧୦: ବୈଜୟନ୍ତ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଜାତୀୟ ଗଣମାଧ୍ୟମରେ ବୟାନ ଦେବା ପ୍ରତିବାଦରେ ଝାରସୁଗୁଡାରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଷ୍ଟେସନ ଛକ ନିକଟରେ ସଂଙ୍ଗିନୀ, ଏଇତ ଜୀବନ ବିଶ୍ବ ଭଳି ମହିଳା ସଂଗଠନ ସହ ହେଲ୍ପିଂ ହ୍ୟାଣ୍ଡ, ବୃନ୍ଦାବନ କଲୋନୀ ସେବା ସମିତି, ସାଇ ସେବା ସମିତି ପକ୍ଷରୁ ମିଳିତ ଭାବେ ବୈଜୟନ୍ତଙ୍କ ମନ୍ତବ୍ୟର ତୀବ୍ର ବିରୋଧ କରାଯାଇଥିଲା ।

ତୁରନ୍ତ ଏହି ମାମଲାରେ ବୈଜୟନ୍ତ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇ ସେ ରାଜ୍ୟରୁ ବାରମ୍ବାର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହେଉଥିବା ବେଳେ ତାଙ୍କର ଏଭଳି ବୟାନକୁ ସାଧାରଣ ଲୋକେ ଗ୍ରହଣ କରିପାରି ନଥିଲେ । ଫଳରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ସାମାଜିକ ସଂଗଠନର କର୍ମକର୍ତ୍ତା ।

ଏତତ୍ ବ୍ୟତୀତ ସମ୍ବଲପୁରରେ ସ୍ୱାଭିମାନ ସମ୍ବଲପୁର ପକ୍ଷରୁ ମଧ୍ୟ ବୈଜୟନ୍ତଙ୍କ ଟ୍ୱିଟକୁ ବିରୋଧ କରାଯିବା ସହ କୁଶ ପୁତଳିକା ଦାହ କରାଯାଇଛି ।

କଟକ ବାଦାମବାଡିରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୈଜୟନ୍ତଙ୍କ ଟ୍ୱିଟକୁ ନିନ୍ଦା କରାଯିବା ସହ ବୈଜୟନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.