Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ଫନି’, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ

2/05/2019 at 12:53 PM

ଭୁବନେଶ୍ବର ୨|୫: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ଅତି ଭୀଷଣ ଚକ୍ରବାତର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ବିଶାଖାପାଟଣାରୁ ୨୧୦କିଲୋମିଟର ଦୂରରେ ରହିଛି । ଘଣ୍ଟାକୁ ୧୫ କିଲୋମିଟର ବେଗରେ ‘ଫନି’ ଓଡିଶା ମୁହାଁ ରହିଛି।ଆସନ୍ତାକାଲି ଅପରାହ୍ନ ପୂର୍ବରୁ ପୁରୀରୁ ଚିଲିକା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ବଢିପାରେ । ଲ୍ୟାଣ୍ଡଫଲ୍ ବେଳେ ୧.୫ ମିଟର ଉଚ୍ଚ ସମୁଦ୍ର ଜୁଆର ଉଠିବା ଆଶଙ୍କା ରହିଛି । ରାଜ୍ୟର ସମସ୍ତ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି ।

‘ଫନି’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ପବନ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି ।

ତେବେ ଫନି ପୁରୀ ବ୍ୟତୀତ ଜଗତସିଂହପୁରରେ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା କରାଯାଉଥିଲା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଯାଇଛି । ତେବେ ଏହାକୁ ନେଇ ଜିଲ୍ଲାର ଉପକୂଳ ଅଞ୍ଚଳବାସୀନ୍ଦା ଆତଙ୍କିତ ହୋଇପଡିଛନ୍ତି । ଯଦି ସାମୁଦ୍ରିକ ବାତ୍ୟା ‘ଫନି’ ଜଗତସିଂହପୁରରେ ଲ୍ୟାଣ୍ଡଫଲ୍ କରୁଛି ତେବେ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇବ । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୂର୍ବରୁ ମଧ୍ୟରେ ଜିଲ୍ଲାରେ ଏନଡିଆରଏଫ ଟିମ୍ ସଜାଗ ରହିଛନ୍ତି ।

   Related Posts