ପ୍ରଥମଥର ପାଇଁ ଶନିଦେବଙ୍କ ସାଢ଼େସାତିରୁ ମୁକ୍ତ ହେଲେ ଏହିସବୁ ରାଶି ; ମିଳିବ ଅଜସ୍ର ସୁଖଶାନ୍ତି ଏବଂ ମା ଲକ୍ଷ୍ମୀଙ୍କ କୃପା, ଜାଣନ୍ତୁ କେଉଁ ସବୁ ରାଶି

Published By : Prameya-News7 Bureau | January 22, 2019 IST

ଭୁବନେଶ୍ୱର ୨୨/୧ : ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ | ହିନ୍ଦୁ ଧର୍ମ ଅନୁସାରେ ଶନି ଭଗବାନଙ୍କ ପ୍ରକୋପକୁ ସମସ୍ତେ ଡରିଥାନ୍ତି | ଯେଉଁ ବ୍ୟକ୍ତି ଅନ୍ୟର ଅପକାର କରିଥାଏ କିମ୍ବା ନିଜ ଜୀବନରେ ଯେତିକି ଖରାପ କର୍ମ କରିଥାଏ ତାର ଫଳ ଶନିଦେବ ଏହି ଜନ୍ମରେ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି | ଖରାପ କର୍ମ ପାଇଁ ଶନିଦେବ ଏହି ଜନ୍ମରେ ଦଣ୍ଡ ଦେଇଥାନ୍ରି | ଆଉ ଏହି କର୍ମ ଫଳ ଭୋଗିବାକୁ ହିଁ ପଡିଥାଏ | ପ୍ରତ୍ୟେକ ମଣିଷର ଜୀବନକାଳ ମଧ୍ୟରେ ଶନିଦେବଙ୍କ ସାଢ଼େସାତି କିମ୍ବା ଅଢେଇ ଅବଶ୍ୟ ଘଟିଥାଏ |

ଜ୍ୟୋତିଷଶାସ୍ତ୍ର ଅନୁସାରେ ସମସ୍ତଙ୍କ ପାଇଁ ଏକ ଖୁସି ଖବର | ଶନିଦେବଙ୍କ ଦ୍ୱାରା କେତେକ ରାଶିରେ ସାଢ଼େସାତି ସମାପ୍ତ ହୋଇଯାଇଛି | ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆସନ୍ତା ସମୟରେ ବହୁତ ଖୁସି ପ୍ରାପ୍ତ ହେବ | ଏହି ସବୁ ରାଶିର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ବର୍ଷା ହେବ | ଯାହାଫଳରେ ଏମାନଙ୍କ ଜୀବନରେ ଅଶେଷ ଧନ ବର୍ଷା ହେବ ଏବଂ ଏମାନେ ସୁଖ ଶାନ୍ତି ପ୍ରାପ୍ତ କରିବେ |

{"id":76772,"width":585,"height":396}

ଆମେ ଅନେକଥର ଦେଖିଛେ ଯେ, ମଣିଷ ଅନେକ କଷ୍ଟ, ବହୁ ମେହନତ ପରେ ମଧ୍ୟ ଫଳ ପ୍ରାପ୍ତି ହୋଇନଥାଏ | ଏମାନେ ବହୁତ କାମ କରି ମଧ୍ୟ କାମ ହିସାବରେ ତାଙ୍କୁ ସେଭଳି ଫଳ ମିଳିନଥାଏ | ଏପଟେ ଏମିତି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ କିଛି କଷ୍ଟ ନକରି ମଧ୍ୟ ଚୁଟକୀରେ ସଫଳତା ହାସିଲ କରିଥାନ୍ତି |

ଜ୍ୟୋତିଷଙ୍କ କହିବାନୁଯାୟୀ, ଯଦି ଆପଣଙ୍କ କୁଣ୍ଡଳିରେ ଶନିଙ୍କ ଗୋଚର ୧୨ ତମ  ଭାବରେ ଥିଲେ ଶନିଙ୍କ ସାଢ଼େସାତି ହୋଇଥାଏ | ଏହାସହ ଶନି ଯେତେବେଳେ ଚନ୍ଦ୍ରଙ୍କ ଦ୍ୱିତୀୟ ଭାବରେ ବିଲୁପ୍ତ ହୋଇଯାଆନ୍ତି ସେତେବେଳେ ଆପଣଙ୍କ କୁଣ୍ଡଳିରେ ଶନିଦେବଙ୍କ ସାଢ଼େସାତିର ଅନ୍ତ ଘଟିଥାଏ | ଏହାପରେ ଏହି ଲୋକମାନଙ୍କ ଜୀବନରେ ଅଶେଷ ଖୁସି ପ୍ରବେଶ କରିଥାଏ | ଯେଉଁସବୁ ଖୁସିର କାମନା ସେ ବହୁତ ପୂର୍ବରୁ କରିଥାଏ |

{"id":76773}

କୁଣ୍ଡଳିରେ ଶନିଦେବ ଯେତେବେଳେ ଦ୍ୱାଦଶ ସ୍ଥାନ ପୂର୍ବରୁ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ପ୍ରବେଶ କରନ୍ତି ସେତେବେଳେ ସାଢ଼େସାତି ଆରମ୍ଭ ହୋଇଯାଇଥାଏ | ସାଢ଼େସାତି ମଣିଷ ଜୀବନରେ ସାଢେ ସାତ ବର୍ଷ ଚାଲିଥାଏ | ଶନି ଦ୍ୱାଦଶ ସ୍ଥାନରେ ଥିବା ଯୋଗୁଁ ବ୍ୟକ୍ତିଙ୍କର ମୁଣ୍ଡରୁ ହୃଦୟ, ତଥା ଅଲଗା ସ୍ଥାନରେ ଥିବା ଯୋଗୁଁ ମଣିଷର ଗୋଡ ଦେଇ ନିଜର ପ୍ରଭାବ ପକାଇଥାଏ | ନିକଟରେ ଗ୍ରହମାନଙ୍କରେ ପରିବର୍ତ୍ତନ ଯୋଗୁଁ ୧୪୨ ଦିନ ପର୍ଯ୍ୟନ୍ତ ୬ଟି ରାଶିରୁ ଶନିଙ୍କ ସାଢ଼େସାତି ଶେଷ ହୋଇଯିବ | ଯେଉଁ ସବୁ ରାଶିରେ ଏହି ପରିବର୍ତ୍ତନ ଦେବ ସେହିମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର | ଆସନ୍ତା ସମୟରେ ଏହି ୬ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ | କ୍ରୋଧିତ ହେବା ଫଳରେ କାମ ବିଗିଡ଼ିବାର ସମ୍ଭାବନା ରହିଛି |

{"id":76774,"width":585,"height":365}

ଆଜି ରାତି ୧୨ଟା ରୁ ଶନିଦେବ ଏହି ୬ଟି ରାଶିଙ୍କୁ ନିଜ କବଳରୁ ମୁକ୍ତ କରିବେ | ଏମାନେ ହେଲେ ମେଷ, ବୃଷ, କନ୍ୟା, ମକର, ତୁଳା, ସିଂହ ଏବଂ କୁମ୍ଭ | ଆଜି ରାତି ୧୨ଟା ରୁ ଏହି ରାଶିମାନଙ୍କର ସାଢ଼େସାତି ଶେଷ ହୋଇଯିବ ଏବଂ ଏମାନଙ୍କ ଉପରେ ଶନିଦେବ ଏବଂ ମା ଲକ୍ଷ୍ମୀଙ୍କ ଅଶେଷ କୃପା ରହିବ | ଏମାନଙ୍କୁ ମନମୁତାବକ ଫଳ ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.